Advertisment

NEET ପରୀକ୍ଷା ଦେବାକୁ ହେଲେ ଖୋଲିବାକୁ ପଡ଼ିବ ଅନ୍ତବସ୍ତ୍ର, ଏଭଳି ନିୟମ ଶୁଣି ପରୀକ୍ଷାର୍ଥୀ କାଟିଦେଲେ ହୁକ୍‌

କୋଲାମ ରୁରାଲ ଏସ୍‌ପିଙ୍କୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

ଅଦ୍ୟତନ ହୋଇଛି
Kerala Neet Exam

Kerala Neet Exam

Advertisment

ପୁଣି ଥରେ କେରଳରୁ ଆସିଲା ସାଂଘାତିକ ଅଭିଯୋଗ । ପରୀକ୍ଷା ଦେବା ପୂର୍ବରୁ ଖୋଲିବାକୁ ପଡ଼ିଲା ଅନ୍ତବସ୍ତ୍ର । ପରୀକ୍ଷା ହଲ ଭିତରକୁ ପଶିବା ପୂର୍ବରୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ । NEET ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନଙ୍କୁ କୁହାଗଲା, ଅନ୍ତବସ୍ତ୍ର ଖୋଲ । କଥାଟା ଅଡ଼ୁଆ ଲାଗୁଥିବ, କିନ୍ତୁ ଏହା ସତ । ଖୋଦ ଜଣେ NEET ପରୀକ୍ଷାର୍ଥୀ ବା ଛାତ୍ରୀଙ୍କ ବାପା ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି NEET ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୯୦ ପ୍ରତିଶତ ପରୀକ୍ଷାର୍ଥୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ଝିଅ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ସେ କହିଥିଲେ । 

Advertisment

ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଏହି ମାମଲା ଏବେ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ପହଞ୍ଚିସାରିଛି । କୋଲାମ ରୁରାଲ ଏସ୍‌ପିଙ୍କୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

ଛାତ୍ରୀଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ମେଟାଲ ଡିଟେକ୍ଟର ସାହାଯ୍ୟରେ ଅନ୍ତ୍ରବସ୍ତ୍ରରେ ଲାଗିଥିବା ହୁକ୍‌ ଜଣାପଡ଼ୁଥିଲା । ତାପରେ ତାକୁ କାଢ଼ିବା ପାଇଁ ପରୀକ୍ଷାର୍ଥୀଙ୍କୁ କୁହାଯାଉଥିଲା । ପରେ ଏକ ଷ୍ଟୋର ରୁମ୍‌ ଭିତରେ ରଖିବା ପାଇଁ କୁହାଯାଇଥିଲା । ଏହି ଭୟରେ କିଛି ଛାତ୍ରୀ ବା ପରୀକ୍ଷାର୍ଥୀ ନିଜ ଅନ୍ତବସ୍ତ୍ର ହୁକ୍‌ କାଢ଼ି ଦେଇଥିଲେ ଏବଂ ଗଣ୍ଠି ପକାଇ ଅନ୍ତବସ୍ତ୍ର ପିନ୍ଧିଥିଲେ । ଯାହାକି ପରୀକ୍ଷା ସମୟରେ ତାଙ୍କୁ ସମସ୍ୟାରେ ପକାଇଥିଲା । ଛାତ୍ରୀମାନେ ପରୀକ୍ଷା ଦେବା ସମୟରେ ନିଜକୁ ଅସହଜ ମନେ କରିଥିଲେ ଏବଂ ସେମାନଙ୍କର ମାନସିକ ସ୍ଥିତି ଠିକ୍‌ ରହିନଥିଲା । ତେଣୁ ଅନେକ ଛାତ୍ରୀ ପରୀକ୍ଷାକୁ ନେଇ ଏବେ ଚିନ୍ତାରେ ଅଛନ୍ତି । 

Advertisment

ଏଭଳି ଘଟଣା କେରଳର କୋଲାମ ଜିଲ୍ଲାରୁ ଆସିଛି । କୋଟ୍ଟାରାକାରା ପୋଲିସ ଷ୍ଟେସନ୍‌ରେ ଏନେଇ ଅଭିଯୋଗ ହୋଇଛି । ଚାଥମଙ୍ଗଲମ ପରୀକ୍ଷା ସେଣ୍ଟରରେ ଏଭଳି କାଣ୍ଡ ଘଟିଥିବା ଜଣେ ପରୀକ୍ଷାର୍ଥୀଙ୍କ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଏହାମଧ୍ୟ କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଇଥିଲା ।

ଜଣେ NEET ଷ୍ଟାଫ୍‌ ପରୀକ୍ଷାର୍ଥୀଙ୍କୁ କହିଥିଲେ ଯେ, ‘ତୁମ ପାଇଁ ଅନ୍ତବସ୍ତ୍ର ଜରୁରୀ ନା ନିଜ କ୍ୟାରିୟର ଜରୁରୀ’ ।

Advertisment

ପୋଲିସ ଅଭିଯୋଗକରୀଙ୍କ ସମସ୍ତ ବୟାନ ରେକର୍ଡ କରିଛି । ଆବଶ୍ୟକ ପଡ଼ିଲେ ପୁଣି ଥରେ ଡାକି ପଚରାଉଚରା କରିପାରେ । ତେବେ ସୂଚନାଯୋଗ୍ୟ ଯେ, ଏହି ପରୀକ୍ଷା କରାଉଥିବା ସଂସ୍ଥା NTA ପକ୍ଷରୁ, ଅନ୍ତବସ୍ତ୍ର ପିନ୍ଧି ପରୀକ୍ଷା ଦିଆଯାଇପାରିବ ନାହିଁ ବୋଲି କୌଣସି ନିୟମ କରାଯାଇ ନାହିଁ ।

Kerala Neet Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ