• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଜୟନ ସରକାର ଗୋଟିଏ ଅଧ୍ୟାଦେଶ ଆଣିବେ ବୋଲି କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଏକ ଅଧ୍ୟାଦେଶ ଆସିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି କୁଳାଧିପତି ଭାବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସହମତି ହୋଇଛନ୍ତି ।

ରାଜ୍ୟପାଳ କୁଳାଧିପତି ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ୧୧ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ । କୁଳପତିମାନଙ୍କ ନିଯୁକ୍ତି ବେଆଇନ ଢଙ୍ଗରେ କରାଯାଇଥିବା ସେ ଦାବି କରି କାହିଁକି ସେମାନଙ୍କୁ ପଦଚ୍ୟୁତ ନ କରାଯିବ, ସେନେଇ ଜବାବ ଦେବାକୁ ରାଜ୍ୟପାଳ ନୋଟିସରେ କହିଥିଲେ ।

ଏହା ବିରୋଧରେ କୁଳପତିମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି କେରଳ ହାଇକୋର୍ଟ ଏହି ମାମଲାର ଶୁଶାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୁଳପତିମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ ।