• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ମଚାରୀଙ୍କ ସାଧୁତା ଫଳ । ଏକ ମର୍ସିଡିସ୍ ଉପହାର ଦେଲେ ମାଲିକ । କେରଳର ଜଣେ ବ୍ୟବସାୟୀ ତାଙ୍କ ସହ ୨୨ ବର୍ଷ ଧରି କାମ କରୁଥିବା ଜଣେ କର୍ମଚାରୀଙ୍କୁ ପ୍ରାୟ ମୂଲ୍ୟର ଏକ ନୂତନ ମର୍ସିଡିସ ବେଞ୍ଜ୍ କାର୍ ଉପହାର ଦେଇଛନ୍ତି । ତେବେ କାରର ମୂଲ୍ୟ ଜାଣିବା ପରେ ସମସ୍ତେ ଆବାକାବା ହୋଇଯାଇଛନ୍ତି । ମାଲିକ ତାଙ୍କ କର୍ମଚାରୀଙ୍କୁ ୪୫ ଲକ୍ଷ ଟଙ୍କାର ମର୍ସିଡିସ ବେଞ୍ଜ୍ କାର୍ ଉପହାର ଦେଇଥିବା ସୂଚନା ମିଳିଛି ।

କେରଳର ଗ୍ରାହକ ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣର ଖୁଚୁରା ବ୍ୟବସାୟୀ myGର ମାଲିକ AK Shaji ସିଆର ଅନିସଙ୍କୁ ଆଲିସାନ୍ ଗାଡ଼ି ଉପହାର ଦେଇଛନ୍ତି । MyG ଆରମ୍ଭ ହେବାର ବହୁ ପୂର୍ବରୁ ଅନିସ, ଏକେ ସାଜିଙ୍କ ସହ କାମ କରୁଥିଲେ । ଏହାସହ MyG କମ୍ପାନୀରେ ସେ ମେଣ୍ଟେନାନ୍ସ ଏବଂ ବିଜନେସ୍ ଡେଭଲପମେଣ୍ଟ ୟୁନିଟ୍ ସହିତ କାମ କରିଛନ୍ତି । ଅନିସ ବର୍ତ୍ତମାନ myG ର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

କମ୍ପାନୀ ପାଇଁ କଠିନ ପରିଶ୍ରମ କରି ଆଜି ଏତେ ବଡ଼ ଉପହାର ପାଇଛନ୍ତି ଅନିସ୍ । ତେବେ ତାଙ୍କର କଠୋର ପରିଶ୍ରମ ଓ ସାଧୁତା ଆଗରେ ଦାମିକିଆ ଗାଡ଼ିର ମଧ୍ୟ କୌଣସି ମୂଲ୍ୟ ନାହିଁ । ଶାଜି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, " ଅନିଶ ଗତ ୨୨ ବର୍ଷ ଧରି ମୋ ସହ କାମ କରୁଛନ୍ତି । କମ୍ପାନୀର ହିତ ଉଦ୍ଦେଶ୍ୟରେ ସବୁବେଳେ ଆଗଭର । କୌଣସି କାମରେ ସେ କେବେ ନିରାଶ କରିନାହାନ୍ତି । ସେ ତାଙ୍କୁ ନିଜ ଭାଇ ଭଳି ବିବେଚନା କରନ୍ତି । ତାଙ୍କୀ ଉତ୍ସର୍ଗୀକୃତତା ପାଇଁ ଆଜି କମ୍ପାନୀକୁ ଏତେ ଦୂର ଆଣିପାରିଛୁ । ଅନିସ କର୍ମଚାରୀ ନୁହେଁ ବରଂ କମ୍ପାନୀର ଜଣେ ଜଣେ ଅଂଶୀଦାର ଅଟନ୍ତି । "

ଅନୀସ ଏବଂ ତାଙ୍କ ପରିବାରକୁ ଏକ କଳା ରଙ୍ଗର ମର୍ସିଡିସ ବେଞ୍ଜ୍ କାର୍ ଉପହାର ଦେଉଥିବାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଶାଜି । ଅନୀସଙ୍କୁ କର୍ତ୍ତବ୍ୟପରାୟଣତା ପାଇଁ ସେ ପ୍ରଶଂସା କରିବା ସହ ତାଙ୍କୁ ଏହି କାର ଉପହାର ଦେଇଥିଲେ । କର୍ମଚାରୀ ଓ ମାଲିକର ଏଭଳି ନିଆରା ସମ୍ପର୍କକୁ ପାଳନ କରିବା ପାଇଁ ଏକ ରିବନ୍ ମଧ୍ୟ କାଟିଥିଲେ । ତେବେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । କର୍ମଚାରୀଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରି ଉପହାର ପ୍ରଦାନର କରିଥିବାରୁ ଶାଜିଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ମାଲିକ ଏପରି ହେବା ଆବଶ୍ୟକ । କର୍ମଚାରୀର ପରିଶ୍ରମକୁ ବୁଝି ଉପହାର ଦେଇଥିବାରୁ ତାଙ୍କୁ ଶୁଭେଚ୍ଛା । ଅନ୍ୟ ଜଣେ ଲେଖିଛନ୍ତି, ଏପରି ଜଣେ ମାଲିକଙ୍କ ସହ କାମ କରିବା ନିହାତି ଭଲ, ଯିଏ ତାଙ୍କ କର୍ମଚାରୀଙ୍କ ଉଦ୍ୟମ ଏବଂ ବିଶ୍ୱସ୍ତତାକୁ ସ୍ୱୀକୃତି ଦିଏ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ମାଲିକଙ୍କ ନମ୍ରତା ସତରେ ସ୍ୱାଗତଯୋଗ୍ୟ ।