Advertisment

ତିରୁପତି ଲଡୁ ବିବାଦ: ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କହିଲେ...

ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।

ଅଦ୍ୟତନ ହୋଇଛି
Keep gods away from politics: Supreme Court

Keep gods away from politics: Supreme Court

Advertisment

ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ। ସୁପ୍ରିମ୍‌କୋର୍ଟଙ୍କ ଏକ ୨ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ଏଥିସହ ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

Advertisment

ଜଷ୍ଟିସ୍ ବିଆର ଗଭାଇ ଏବଂ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ବେଞ୍ଚ ଆବେଦନର ଶୁଣାଣି କରିଛନ୍ତି। ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ଜଷ୍ଟିସ୍‌ ବିଆର୍‌ ଗଭାଇ କହିଛନ୍ତି, ‘ଯେତେବେଳେ ଆପଣ ଏକ ସାମ୍ବିଧାନିକ ପଦରେ ଅଛନ୍ତି, ଆପଣଙ୍କଠାରୁ ଏହା ଆଶା କରାଯାଏ ଯେ ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖନ୍ତୁ। ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗଣମାଧ୍ୟମକୁ ବିବୃତ୍ତି ଦେବାର ଆବଶ୍ୟକତା କ’ଣ ଥିଲା ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ତିରୁପତି ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପି ଅଭିଯୋଗ କରିଛି। ଘିଅର ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା କରିଛି। ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିର ଜୁଲାଇ ୧୭ର ଏହି ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣିଥିଲା ଟିଡିପି ।

Advertisment

ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଏଥିରେ ଗୋଦୁଗ୍ଧ ବ୍ୟତୀତ ଅନ୍ୟ ଚର୍ବି ମଧ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏଥିରେ ମାଛତେଲ, ବିଫ୍ ଚର୍ବି ଓ ଲାର୍ଡ ମିଶିଥାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା । ଲାର୍ଡ ହେଉଛି ଘୁଷୁରୀ ମାଂସରୁ ସଂଗୃହିତ ଏକ ପ୍ରକାର ଚର୍ବି । ତେବେ ଏହାକୁ ନେଇ ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜଗନ୍ ମୋହନ ରେଡ୍ଡୀ ମିଥ୍ୟା କହିଥିବା ଅଭିଯୋଗ ଆଣିଛନ୍ତି। ଜଗନ ମୋହନ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି ସରକାର ତିରୁମାଲା ତିରୁପତି ମନ୍ଦିରକୁ ଯିବାକୁ ଅନୁମତି ଦେଉନାହାନ୍ତି। ତେବେ ଏହା ଏକ ମିଥା ପ୍ରଚାର ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

Advertisment
Tirupati Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ