• Astrospeak
  • Live TV
  • Read In English

Pilot Rajveer Singh’s Funeral: ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ, ଫଟୋ ଧରି ପଦଯାତ୍ରା କଲେ କର୍ଣ୍ଣେଲ ଦୀପିକା

ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନଥିଲେ ବି ଧୈର୍ଯ୍ୟହରା ନହୋଇ ସ୍ୱାମୀଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । କାରଣ ସ୍ୱାମୀ ଆଉ ଫେରିବେନି । ଦୀପିକାଙ୍କ କାନ୍ଧରେ ଏବେ ଦୁଇ ସନ୍ତାନଙ୍କ ସହ ପରିବାରର ବୋଝ । ସେପଟେ ଅନ୍ତିମ ଶୋଭାଯାତ୍ରାବେଳେ 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପି ଉଠିଛି ଚତୁର୍ଦ୍ଦିଗ ।

Last Rites
ପାଇଲଟଙ୍କ ଶେଷକୃତ୍ୟ

ପିନ୍ଧିଛନ୍ତି ସେନା ପୋଷାକ । ହାତରେ ସ୍ୱାମୀଙ୍କ ଫଟୋ । ଶୋଭାଯାତ୍ରାରେ ଚାଲି ଚାଲି ଯାଉଛନ୍ତି ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନି । ତଥାପି ଛାତିର କୋହକୁ ଛାତିରେ ଚାପି ଧୈର୍ଯ୍ୟ ଧରିବାକୁ ପଡୁଛି । 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପୁଛି ଚତୁର୍ଦ୍ଦିଗ । କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ୭ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ପାଇଲଟ୍ ବି ରହିଛନ୍ତି । ପାଇଲଟ ତଥା ପୂର୍ବତନ ଲେଫନାଣ୍ଟ କର୍ଣ୍ଣେଲ ରାଜବୀର ସିଂଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି  ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ ।

ଭାବବିହ୍ୱଳ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ରାଜସ୍ଥାନର ଜୟପୁରରେ ରାଜବୀର ସିଂଙ୍କ ଶେଷକୃତ୍ୟ ହୋଇଛି । ପତ୍ନୀ ଦୀପିକାଙ୍କୁ ୟୁନିଫର୍ମରେ ଦେଖିବାକୁ ମିଳିଛି । ରାଜସ୍ଥାନ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋଡ୍ ମଧ୍ୟ ରାଜବୀରଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଛନ୍ତି । ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ୩୭ ବର୍ଷୀୟ ପାଇଲଟ ଓ ପୂର୍ବତନ ଲେଫନାଣ୍ଟ କର୍ଣ୍ଣେଲ ରାଜବୀର ସିଂହ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ ଯମଜ ସନ୍ତାନଙ୍କର ପିତା ହେ।ଇଥିଲେ । ୨ ପୁଅଙ୍କ ଜନ୍ମ ତାଙ୍କ ଜୀବନରେ ଖୁସି ଭରିଦେଇଥିଲା । କେତେ ସ୍ବପ୍ନ ଦେଖିଥିଲେ ନିଜ ସନ୍ତାନଙ୍କ ପାଇଁ । କିନ୍ତୁ ସବୁକିଛି ଭାଙ୍ଗି ଚୁରମାର ହେ।ଇଯାଇଛି । ୧୪ବର୍ଷ ଧରି ସେନାରେ କାମ କରିଛନ୍ତି ରାଜବୀର । ପରିବାର ପାଇଁ ବେସରକାରୀ ପାଇଲଟ ହେ।ଇଥିଲେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସକାଳ ୫ଟା ୨୦ରେ କଣ୍ଟ୍ରେ।ଲ ରୁମକୁ ମେସେଜ ପଠାଇଲେ ଲ୍ୟାଣ୍ଡିଂ ପାଇଁ ଲେଫଟ୍ ଟର୍ଣ୍ଣ କରୁଛି । ଏହା ତାଙ୍କର ଶେଷ ମେସେଜ ହେ।ଇଗଲା । 

ଅଧିକ ପଢନ୍ତୁ:  ୪ ମାସ ତଳେ ୨ ଯାଆଁଳା ପୁଅଙ୍କ ବାପା ହେ।ଇଥିଲେ, ଖୁସିରେ ଲାଗିଗଲା ନଜର