/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652943432.jpg)
Kashmiri separatist leader Yasin Malik convicted
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ସ୍ଥିତ NIA କୋର୍ଟ ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଏବେ NIA କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହି ମାମଲାରେ ତାଙ୍କର ଆର୍ଥିକ ସ୍ଥିତିର ଆଳନ କରାଯିବା ସହ ତାଙ୍କୁ କ’ଣ ଦଣ୍ଡ ଦିଆଯିବ ତାହାର ଶୁଣାଣି ହୋଇନାହିଁ। ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମିଳିଥିବା ସୂଚନା ଅନୁସାରେ, ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ଆର୍ଥିକ ସମ୍ପତ୍ତି ଉପରେ ଏକ ଆଫିଡେଭିଟ୍ ପ୍ରଦାନ କରିବାକୁ ୟାସିନଙ୍କୁ କୁହାଯାଇଥିଲା। ମେ’୧୦ରେ ଦିଲ୍ଲୀର ଏକ କୋର୍ଟରେ ସେ ହାଜର ହୋଇଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅଧୀନରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ସୂଚନାଥାଉ କି, ୨୦୧୭ରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଏହି ମାମଲା ଜଡ଼ିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)