Advertisment

ପାଠପଢ଼ା ବେଳେ ହେଡ୍‌ମାଷ୍ଟରଙ୍କ ବଗିଚା ସଫା କଲେ ଛାତ୍ରଛାତ୍ରୀ !

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।

ଅଦ୍ୟତନ ହୋଇଛି
Karnataka students

Karnataka students

Advertisment

ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥା। ସ୍କୁଲର ଟଏଲେଟ୍‌ ସଫା କରିବାକୁ ନାହାନ୍ତି କର୍ମଚାରୀ। ଶେଷରେ ଛାତ୍ରଛାତ୍ରୀ ସଫା କଲେ ବିଦ୍ୟାଳୟ ଶୌଚାଳୟ। କେବଳ ଟଏଲଟ୍ ସଫା ନୁହେଁ ବରଂ ଛାତ୍ରଛାତ୍ରୀମାନେ ପ୍ରିନ୍ସିପାଲଙ୍କ ଘରେ ବଗିଚା କାମ ମଧ୍ୟ କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଏକ ବର୍ଷଧରି ପ୍ରିନ୍ସିପାଲ୍‌ ଏହି କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।

Advertisment

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ। ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏହି ବିଦ୍ୟାଳୟର ଜଣେ ଛାତ୍ରଙ୍କ ପିତା ଏମ୍‌ଡି ଜମ୍ମିର ପୋଲିସକୁ ଏହି ଘଟଣା ବାବଦରେ ଅଭିଯୋଗ ପତ୍ର କରିଥିଲେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ।

ଏମଡି ଜାମିର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଯେତେବେଳେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ଘଟଣା ସମ୍ପର୍କରେ ପ୍ରିନ୍ସିପାଲଙ୍କୁ ପଚାରିଥିଲେ ସେତେବେଳେ ପ୍ରିନ୍ସିପାଲ କହିଥିଲେ ଯେ ସଫେଇ ବିଭାଗରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟ କରୁଛନ୍ତି। ସେପଟେ ଏହି ଘଟଣାର ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Advertisment
India Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ