Advertisment

ପେନସନ୍‌ ପାଇଁ ହୀନସ୍ତା, ୨ କିମି ଘୁଷୁଡ଼ି ଘୁଷୁଡ଼ି ଆସିଲେ ୭୭ ବର୍ଷିୟା ଦିବ୍ୟାଙ୍ଗ

ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।

ଅଦ୍ୟତନ ହୋଇଛି
Crawls 2km Over Unpaid Pension

Crawls 2km Over Unpaid Pension

Advertisment

ପେନ୍‌ସନ୍‌ ପାଇଁ ସଂଘର୍ଷ। ପେନ୍‌ସନ୍‌ ଆଣିବା ପାଇଁ ଅତ୍ୟଧିକ ଥଣ୍ଡାରେ ୨ କିଲୋମିଟର ଘୁଷୁଡ଼ି ଘୁଷିଡ଼ି ଗଲେ ଜଣେ ୭୭ ବର୍ଷୀୟା ଦିବ୍ୟାଙ୍ଗ ମହିଳା। ବାସ୍ତବରେ ତାଙ୍କ ସରକାରୀ ପେନସନ୍‌ ଗତ ଦୁଇ ମାସ ଧରି ଆସୁ ନ ଥିଲା। ଯାହାଫଳରେ ଭଡ଼ା ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ଘୁଷୁଡ଼ି ଘୁଷୁଡ଼ି ନିକଟସ୍ଥ ଡାକଘରେ ପହଞ୍ଚିଥିଲେ।

Advertisment

ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି। ସୂଚନାନୁସାରେ, ପ୍ରତି ମାସରେ ସେ ୧୦ ହଜାର ଟଙ୍କା ସରକାରୀ ପେନ୍‌ସନ୍‌ ପାଇଥାନ୍ତି । ସେ ତାଙ୍କ ଅବଶିଷ୍ଟ ଜୀବନ ଅତିବାହିତ କରିବା ପାଇଁ ପେନ୍‌ସନ୍‌ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ କୌଣସି କାରଣରୁ ଗତ ଦୁଇ ମାସ ଧରି ହଠାତ୍ ତାଙ୍କ ପେନସନ୍ ବନ୍ଦ ହୋଇଯାଇଥିଲା।

ଦୁଇ ମାସ ଧରି ପେନସନ୍‌ ନ ଆସିବାରୁ ଏ ବାବଦରେ ସେ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ। ଦୁଇ ମାସ ପେନସନ୍‌ ନ ଆସିବାରୁ ତାଙ୍କ ପାଖରେ ଯାହା ସଞ୍ଚୟ ଥିଲା ତାହା ମଧ୍ୟ ସରିଯାଇଥିଲା। ଦି ଓଳି ଦି ମୁଠା ଖାଇବା ପାଇଁ ଶେଷରେ ଅନ୍ୟମାନଙ୍କ ପାଖରେ ହାତ ପତେଇବାକୁ ପଡ଼ିଲା। ସ୍ଥିତି ଏମିତି ହେଲା ଯେ ଦିନେ ଦିନେ ଖାଇବା ପାଇଁ ନ ମିଳିବାରୁ ତାଙ୍କୁ ଭୋକିଲା ମଧ୍ୟ ରହିବାକୁ ପଡ଼ିଲା। ତେବେ ଏସବୁ ମଧ୍ୟରେ ସେ ନିଜେ ଡାକଘରକୁ ଯିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ତାଙ୍କ ପାଖରେ ରିକ୍ସା କିମ୍ବା ଅଟୋରେ ଯିବାକୁ ଟଙ୍କା ନଥିଲା। ତେଣୁ ଶେଷରେ ଘୁଷୁଡ଼ି ଘୁଷୁଡ଼ି ପ୍ରାୟ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ଡାକଘରେ ପହଞ୍ଚିଥିଲେ।

Advertisment
India News Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ