/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651925667.jpg)
Karnataka’s first floating bridge in Udupi to be inaugurated today
କର୍ଣ୍ଣାଟକରେ ଉଦ୍ଘାଟନ ହୋଇଛି ସମୁଦ୍ରରେ ପ୍ରଥମ ଭାସମାନ ବ୍ରିଜ୍ । ଉଦଘାଟନ ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଉଦଘାଟନ କରିବାକୁ ଯାଇଥିବା ବିଧାୟକ ବ୍ରିଜ୍ ଉପରୁ ଖସିପଡିଥିଲେ । ଯାହା ପରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ।
ବରିଷ୍ଠ ବିଧାୟକ କେ ରଘୁପତି ଓ ତାଙ୍କର ସହଯୋଗୀ ବ୍ରିଜ୍ ଉପରୁ ଯିବା ବେଳେ ଲହରୀ ଏତେ ଜୋରରେ ଆସିଥିଲା ଯେ ସେ ସେଠି ପଡ଼ି ଯାଇଥିଲେ । ବ୍ରିଜ୍ର ଦଉଡ଼ିକୁ ଧରି ଯେତେ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନଥିଲା । ବିଧାୟକ ଜଣକ ପଡ଼ିଲେ ପୁଣି ଉଠିଲେ ଆଉ ଦୌଡ଼ିବାକୁ ଲାଗିଲେ । ଯାହା ସେହି ସମୟରେ ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।
#WATCH | Udupi MLA K Raghupathi Bhat inaugurated Karnataka’s first floating bridge at Malpe beach yesterday
He said, "We've told bridge's managers to appoint at least 20-25 lifeguards & ensure that everybody who goes there wears life jackets. It'll boost tourism at the beach." pic.twitter.com/CRHGPh0pUe
— ANI (@ANI) May 7, 2022
କେବଳ ଏତିକି ନୁହେଁ ପୁଣି ଥରେ ବ୍ରିଜ୍ର ଆରପଟରୁ ଫେରିବା ବେଳେ ବିଧାୟକ ଦୌଡ଼ି ଦୌଡ଼ି ବ୍ରିଜ୍ ପାର କରିଥିଲେ । ଲହରି ମାଡ଼ି ଆସୁଥିବା ଦେଖି ସେଠୁ ଚାଲି ଆସିବାକୁ ଚେଷ୍ଟା କରିଥିଲେ । ହେଲେ ଏଥର କିନ୍ତୁ ବିଧାୟକ ପଡ଼ିନଥିଲେ । ସେଠୁ କୌଣସି ମତେ ଦୌଡ଼ି ପଲାଇ ଆସିବାରେ ସଫଳ ହୋଇଛନ୍ତି । ପର୍ଯ୍ୟଟକଙ୍କ ପାଇଁ କର୍ଣ୍ଣାଟକ ଉଡ଼ୁପି ମାଲପି ବିଚ୍ରେ ୧୦୦ ମିଟର ଲମ୍ବ ଏକ ଫ୍ଲୋଟିଂ ବ୍ରିଜ୍ ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)