Advertisment

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ସଦ୍ଦରମୈୟା, ସାମିଲ ହୋଇପାରନ୍ତି ୨୦ରୁ ୨୪ ମନ୍ତ୍ରୀ

ସାମିଲ ହୋଇପାରନ୍ତି ୨୦ରୁ ୨୪ ମନ୍ତ୍ରୀ । ସିଦ୍ଦରମୈୟାଙ୍କ କ୍ୟାବିନେଟରେ ମିଳିପାରେ ସ୍ଥାନ ।

Karnataka: 24 ministers to be inducted into Siddaramaiah Cabinet today

Karnataka: 24 ministers to be inducted into Siddaramaiah Cabinet today

Advertisment

ଆଜି ହୋଇପାରେ ସିଦ୍ଦରମେୟାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକ କ୍ୟାବିନେଟ୍ ସମ୍ପ୍ରସାରଣ। ଏଥିରେ ୨୦ରୁ ୨୪ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି କଂଗ୍ରେସ ଦଳୀୟ ସୂତ୍ରରୁ ଜଣାପଡ଼ିଛି । କ୍ୟାବିନେଟ୍ ସମ୍ପ୍ରସାରଣ ନିମନ୍ତେ ଆଲୋଚନା କରିବା ଲାଗି ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଦଳର ସାଧାରଣ ସଚିବ କେ. ସି. ବେଣୁଗୋପାଳ ଏବଂ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କୁ ଭେଟିଥିଲେ ।

Advertisment

୪ ନେତାଙ୍କ ମଧ୍ୟରେ ୩ଟି ଅଧିବେଶନରେ ଏହି ବୈଠକ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ଏହି ବୈଠକରେ ମନ୍ତ୍ରୀପଦ ନିମନ୍ତେ କେତେକ ବିଧାୟକଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିବା କଥା ଜଣାପଡ଼ିଛି। ସମ୍ଭାବ୍ୟ ମନ୍ତ୍ରୀ ତାଲିକା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଯାଇଛି। ମେ ୨୦ ତାରିଖ ଦିନ ସିଦ୍ଦରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ସହିତ ୮ଜଣ ବିଧାୟକ ମନ୍ତ୍ରୀ ଭାବେେ ଶପଥ ଗ୍ରହଣ କରିଥିଲେ।

କର୍ଣ୍ଣାଟକରେ ଏବେ ପୁଣି ନୂଆ କରି ଆରମ୍ଭ ହୋଇଛି ସିଦ୍ଦ ଶାସନ । ସେ ନିଜକୁ ଜଣେ ଦକ୍ଷ ରାଜନେତା ବୋଲି ସବୁବେଳେ ବହୁ ଆଗରୁ ପ୍ରମାଣିତ କରି ଆସିଛନ୍ତି । ତାଙ୍କ ରାଜନୈତିକ ଜୀବନ ଅତି ସରଳ । ସବୁଠି ସେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି । ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ସାଥି ହୋଇ ରହିଛି ।

Advertisment

କର୍ଣ୍ଣାଟକ ଭଲି ରାଜ୍ୟରେ, ଯେଉଁଠି ବଡ଼ ବଡ଼ ନାମକରା ବା ଫାୟାର ବ୍ରାଣ୍ଡ ଲିଡରଙ୍କ ଶାସନ ବେଶୀ ଦିନ ତିଷ୍ଠି ପାରିନି, ସେଠି ସିଦ୍ଦରମୈୟା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ୫ ବର୍ଷରୁ ଅଧିକ ସମୟ ଶାସନ କରି ଇତିହାସ ରଚିଛନ୍ତି । ୧୯୮୫ ମସିହା ପରେ ପ୍ରଥମ ଥର ପାଇଁ ଯଦି କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନକାଳ ପୂରଣ କରିଛନ୍ତି ସେ ହେଉଛନ୍ତି ଏକମାତ୍ର ନେତା ସିଦ୍ଦରମୈୟା ।

Ministry Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ