• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସହିଦ ବାପାଙ୍କ ସ୍ୱପ୍ନ ପୁରଣ କଲେ ପୁଅ । ମୋଟା ଅଙ୍କର ଦରମା ଚାକିରି ଛାଡ଼ି, ଦେଶ ସେବା ପାଇଁ ମନ ବଳାଇଲେ । ବହୁ ଚେଷ୍ଟା ପରେ ସୁଯୋଗ ପାଇଲେ । ଏହି ଗୋଟିଏ ସୁଯୋଗ ପାଇଁ ସେ ୮ ଥର ପରୀକ୍ଷାରେ ଫେଲ୍‌ ହେଲେ । କିନ୍ତୁ କେବେ ଭାଙ୍ଗି ପଡ଼ିନଥିଲେ । ଶେଷରେ ନବମ ଥର ତାଙ୍କୁ ମିଳିଲା ସୁଯୋଗ ।

ସେ ହେଉଛନ୍ତି ସହିଦ ଲାନ୍ସ ନାଏକ କୃଷ୍ଣଜିତ୍ ସମ୍ରିତ୍‌ଙ୍କ ପୁଅ ପଜ୍ୱଳ । ବାପାଙ୍କ ସ୍ପପ୍ନ ପୁରା କରିବା ପାଇଁ ମ୍ୟାନେଜ୍‌ମେଣ୍ଟ ଚାକିରି ଛାଡ଼ିଲେ । ଆଉ ଭାରତୀୟ ସେନା ପାଇଁ ମନ ବାଳାଇଲେ । ଜନ୍ମ ହେବାର କିଛିଦିନ ପୂର୍ବରୁ ଯେତେବେଳେ ମାଆଙ୍କ ଗର୍ଭରେ ଥିଲେ ପ୍ରଜ୍ୱଳ । ସେତେବେଳେ ବାପା ଛୁଟି ନେଇ ଘରକୁ ଆସିବାର ଥିଲା । ହେଲେ କାର୍ଗିଲ ସୀମାରେ ଉପୁଜିଥିଲା ଯୁଦ୍ଧ ପରିସ୍ଥିତି । ତେଣୁ ତୁରନ୍ତ ପ୍ରଜ୍ୱଳଙ୍କ ବାପାଙ୍କୁ ସେଠାରେ ନିୟୋଜିତ କରାଗଲା । ଆଉ ୧୯୯୯ରେ ହୋଇଥିବା ସେହି ଭାରତ ପାକିସ୍ତାନ କାର୍ଗିଲ ଯୁଦ୍ଧରେ ସହିଦ ହୋଇଗଲେ ପ୍ରଜ୍ୱଳଙ୍କ ବାପା । ଏହାର ଠିକ୍‌ ୪୫ ଦିନ ପରେ ପ୍ରଜ୍ୱଳ ଜନ୍ମ ଗ୍ରହଣ କଲେ । ସେ ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ । ସେତେବେଳକୁ ପ୍ରଜ୍ୱଳଙ୍କ ବଡ଼ ଭାଇ ଅଢ଼େଇ ବର୍ଷର ଥିଲେ ।

ପ୍ରଜ୍ୱଳଙ୍କ ବାପା ସବୁବେଳେ ଚାହୁଁଥିଲେ, ବଡ଼ ପୁଅ ତାଙ୍କ ଭଳି ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା କରନ୍ତୁ । ହେଲେ ବାପାଙ୍କର ସେହି ସ୍ୱପ୍ନ ଅଧୁରା ରହିଗଲା । ବଡ଼ ପୁଅ ସେନାରେ ସାମିଲ ହେଲେ ନାହିଁ । କିନ୍ତୁ ଏହି ସ୍ୱପ୍ନକୁ ପୁରା କରିଛନ୍ତି ସାନ ପୁଅ ପ୍ରଜ୍ୱଳ । ଯିଏ କି ବାପାଙ୍କୁ କେବେ ବି ଦେଖି ନାହାନ୍ତି । ପ୍ରଜ୍ୱଳ ଯେତେବେଳେ ବଡ଼ ହେଲେ ଆଉ ବାପାଙ୍କ ସ୍ୱପ୍ନ ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ତାକୁ ପୁରଣ କରିବା ପାଇଁ ଜିଦ୍‌ ଧରି ବସିଲେ । ସେ IMA ରେ ସାମିଲ ହେବା ପାଇଁ ଅନେକ ଚେଷ୍ଟା କଲେ । ବାରମ୍ବାର ପରୀକ୍ଷାରେ ଫେଲ୍‌ ହେଲେ । ରିଟିନ୍, ଫିଜିକାଲ ସବୁଥିରେ ପାସ୍‌ କରିବା ପରେ ଶେଷରେ ଭାଇଭାରେ ବାରମ୍ବାର ଫେଲ୍‌ ହେଲେ । ସେ ଏଭଳି ୮ଥର ଫେଲ୍ ହୋଇଛନ୍ତି ।

ଏମିତି ବାରମ୍ବାର ଫେଲ୍‌ ହେବା ପରେ ଅନେକ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପ୍ରବର୍ତ୍ତାଇଥିଲେ । କିନ୍ତୁ ସେ ନିଜ ଜିଦ୍‌ରେ ଅଟଳ ଥିଲେ । ଶେଷରେ ନବମ ଥର ପୁଣି ପରୀକ୍ଷା ଦେଇଥିଲେ । ତେବେ ନବମ ଥର ଶେଷ ସୁଯୋଗ ଥିବାରୁ ସେ ବ୍ୟକ୍‌ଅପ୍‌ ପାଇଁ CAT ମଧ୍ୟ ଦେଇଥିଲେ । ଦୁଇଟି ଯାକ ପରୀକ୍ଷାର ରେଜଲ୍ଟ ଆସିଲା। ସେ ଦୁଇଟା ଯାକରେ ପାସ୍‌ କରିଛନ୍ତି । ସେ CAT ପାସ୍‌ କରିଥିବାରୁ ତାଙ୍କୁ IIMରେ ଯୋଗଦେବାର ସୁଯୋଗ ମଧ୍ୟ ମିଳିଥିଲା । ସେ ଚାହିଁଥିଲେ ମୋଟା ଆଙ୍କର ଦରମା ଲୋଭରେ ବା ବଡ଼ ଚାକିରି ଲୋଭରେ IIMରେ ଯୋଗ ଦେଇପାରିଥାନ୍ତେ । କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ଭାରତୀୟ ସେନାରେ ସାମିଲ ହେବେ ।

ତେଣୁ ସେ IIMକୁ ସେ ଗୁରତ୍ୱ ଦେଇନଥିଲେ । ସେ IMAରେ ସାମିଲ ହେବାକୁ ସ୍ଥିର କଲେ । ଜୁନ୍ ପ୍ରଥମ ସପ୍ତାହରେ ପ୍ରଜ୍ୱଳ ଡେରାଡୁନ୍ ସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀ (IMA)ରେ ସେ କ୍ୟାଡେଡ୍ ଭାବେ ସାମିଲ ହେବାକୁ ଯାଉଛନ୍ତି । ବଡ଼ ଭାଇ ଇଞ୍ଜିନିୟରିଂ କରିବାକୁ ଯିବା ପରେ ପ୍ରଜ୍ୱଳ ତାଙ୍କ ବାପାଙ୍କ ସ୍ୱପ୍ନ ପୁରା କରିବାକୁ ବାହାରିଛନ୍ତି ।