• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା । ଜଲନ୍ଧର ଜିଲ୍ଲାର ମଲ୍ଲିଆ ଅଞ୍ଚଳରେ ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲ ଅମ୍ବିୟାଁଙ୍କୁ ଏକ କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳିମାରି ହତ୍ୟା କରାଯାଇଛି । ସନ୍ଦୀପ ନଙ୍ଗଲ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସେଠାକୁ ଯାଇଥିଲେ । ତେବେ ଗୁଳିମାଡ଼ ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ । ଏହି ଘଟଣା ପରେ ଷ୍ଟାଡ଼ିୟମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ନିଜ ନିଜ ଜୀବନ ରକ୍ଷା କର କହି କମେଣ୍ଟେଟର୍‌ ଚିତ୍କାର କରିବାକୁ ଲାଗିଥିଲେ ।

ପ୍ରାଥମିକ ତଦନ୍ତ ଅନୁସାରେ ମଲ୍ଲିଆରେ ଏକ ବଡ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ମ୍ୟାଚ୍‌ ଚାଲିଥିବା ବେଳେ କାରରେ ସେଠାରେ ୧୦ରୁ ୧୨ ଜଣ ପହଞ୍ଚିଥିଲେ । ଅଚାନକ୍‌ ସେମାନେ ମିଳିତ ଭାବେ ସନ୍ଦୀପଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ସନ୍ଦୀପଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ଶରୀରରେ ପ୍ରାୟ ୮ରୁ ୧୦ଟି ବୁଲେଟ ମାଡ଼ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି । ଏହି ଆକ୍ରମଣରେ ଆଉ ଜଣେ ଯୁବକଙ୍କର ଗୋଡରେ ମଧ୍ୟ ଗୁଳି ବାଜିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁଳିମାଡ଼ ପରେ ଲୋକମାନେ ଭୟରେ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ । ତେବେ ଗୁଳିମାଡ଼ ପୂର୍ବରୁ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ନଙ୍ଗଲ ଅମ୍ବିୟାଁ ମ୍ୟାଚ୍ ପରେ ତାଙ୍କ କାର ଆଡକୁ ଯାଉଥିଲେ । ଆଉ ସେତେବେଳେ ଗୁଳିମାଡ଼ କରିଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ ସନ୍ଦୀପ ନଙ୍ଗଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପୋଲିସ୍‌ କହିଛି । ଏହି ହତ୍ୟା ମାମଲାର ତଦନ୍ତ କରୁଛନ୍ତି ଏସପି ମନପ୍ରୀତ ସିଂ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲକୁ ପଠାଯାଇଛି । ପୋଲିସକୁ କିଛି ଇନପୁଟ ମିଳିଛି, ଯାହାର ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।