Advertisment

Indian Spy Network Exposed: ହାଫିଜର ହେଡ୍‌କ୍ୱାଟର୍ସ ଯାଉଥିଲା ଜ୍ୟୋତି, ନେଉଥିଲା ଆତଙ୍କୀ ଟ୍ରେନିଂ!

ପାକିସ୍ତାନ ଦୂତାବାସ ଅଧିକାରୀ ଏହସାନ ଉର୍‌ ରେହମାନ ଓରଫ ଦାନିଶଙ୍କୁ ହନିଟ୍ରାପ୍‌ରେ ଫସାଇଥିଲା ଜ୍ୟୋତି। ହେଲେ ନିଜେ ଟ୍ରାପ ହୋଇଗଲା ଆଉ ଆଏସ୍‌ଆଇ ମାୟାଜାଲରେ ଫସିଗଲା।

ଅଦ୍ୟତନ ହୋଇଛି
Indian Spy Network Exposed

Indian Spy Network Exposed

Advertisment

ସୁନ୍ଦର ସରଳ ଚେହେରା। ଚିକ୍କଣିଆ କଥା କହି ବନାଉଥିଲା ବୋକା। ତଥ୍ୟ ଆଦୟ କରି ଦେଉଥିଲା ଶତ୍ରୁକୁ। ସାମାନ୍ୟ ବ୍ଲଗରରୁ ବନି ଥିଲା ଭିଆଇପି। ପାକିସ୍ତାନରେ ମିଳୁଥିଲା ଖାସ୍ ଟ୍ରିଟ୍ମେଣ୍ଟ। ଦିଲ୍ଲୀରୁ ଆରମ୍ଭ କରି ଅମ୍ବାଲା। ଲାହୋରରୁ ଆରମ୍ଭ କରି କରାଚୀ। ବନ୍ଧୁ ଗୋଟାଇ ଚାଲିଥିଲା, ଆଉ କରୁଥିଲା ତଥ୍ୟ ଲିକ୍‌। ଗିରଫ ପରେ ଖୋଲୁଛି ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଗୋଟିଏ ପରେ ଗୋଟିଏ ପାକିସ୍ତାନ ଲିଙ୍କ୍ ପେଡ଼ି। ଅପରେସନ୍‌ ସିନ୍ଦୂର ପୂର୍ବରୁ ଶତ୍ରୁକୁ ଦେଇଥିଲା ବ୍ଲାକ୍‌ଆଉଟ୍‌ ସୂଚନା। ଆଉ ଭାରତ ବିରୋଧରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ମିଶି ରଚୁଥିଲା ଷଡ଼ଯନ୍ତ୍ର।  

Advertisment

ପାକିସ୍ତାନ ଦୂତାବାସ ଅଧିକାରୀ ଏହସାନ ଉର୍‌ ରେହମାନ ଓରଫ ଦାନିଶଙ୍କୁ ହନିଟ୍ରାପ୍‌ରେ ଫସାଇଥିଲା ଜ୍ୟୋତି। ହେଲେ ନିଜେ ଟ୍ରାପ ହୋଇଗଲା ଆଉ ଆଏସ୍‌ଆଇ ମାୟାଜଳରେ ଫସିଗଲା। ଟଙ୍କା ଲୋଭ ଦେଖାଇ ତାଠୁ ଆଦୟ କଲେ ତଥ୍ୟ। ମାଲାମାଲ କରିବା ଆଳରେ ବ୍ଲଗରରୁ ତାକୁ ବନାଇ ଦେଇଥିଲେ ଗୁପ୍ତଚରୀ। ବ୍ଲଗ ତିଆରି କରିବା ଆଳରେ ସେ ବାରମ୍ବାର ପାକିସ୍ତାନ ଯାତ୍ରା  କରୁଥିଲା। ଆତଙ୍କୀସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ବାର୍ଟର୍ସ ତଥା କୁଖ୍ୟାତ ଆତଙ୍କୀ ହାଫିଜ ସଇଦର ଘର ବୋଲି ମଧ୍ୟ କୁହାଯାଏ, ସେଠାକୁ ବି ଯାଇଥିଲା ଜ୍ୟୋତି।

ଅଧିକ ପଢନ୍ତୁ : ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!

Advertisment

ଜାତୀୟ ଗଣମାଧ୍ୟମ ଅନୁସାରେ, ଏଠି ଜ୍ୟୋତି ମାଲହୋତ୍ରା ତାଲିମ ନେଉଥିଲା। ଟ୍ରେନିଂ ପରେ ତାଙ୍କୁ ଏହିଠାରୁ  ଆଗାମୀ ମିଶନ୍ ପାଇଁ ଭାରତ ପଠାଯାଇଥିଲା। କିନ୍ତୁ ମିଶନ୍ ଆରମ୍ଭ ହେବା ପୂର୍ବରୁ ହିଁ ସେ ହରିୟାଣା ପୋଲିସର ଜାଲରେ ଫସିଥିଲା। ପହଲଗାମ ଆକ୍ରମଣର ଠିକ୍‌ ପୂର୍ବରୁ ହିଁ ଜ୍ୟୋତି ପାକିସ୍ତାନ ବୁଲିବାକୁ ଯାଇଥିଲା। ସେହି ସମୟରେ ସେ ପାଖାପାଖି ୧୪ ଦିନ ମୁରିଦକେ ସହରରେ ରହିଥିଲା। ପଚରାଉଚରା ବେଳେ ଏହାର ଖୁଲାସା ନିଜେ ଜ୍ୟୋତି କରିଥିବା ପୋଲିସ କହିଛି। 

ତେବେ କେଉଁ ମିଶନ୍‌ ନେଇ ମୁରିଦକେ ସହରରୁ ଭାରତ ଫେରିଥିଲା ଜ୍ୟୋତି ? ତାଙ୍କ ଛଡ଼ା ଆଉ କେତେ ଜଣ ଏଥିରେ ସାମିଲ ଅଛନ୍ତି? ଏନେଇ ପୋଲିସ ଏହି ଦେଶଦ୍ରୋହୀ ୟୁଟ୍ୟୁବରଙ୍କୁ ବାରମ୍ବାର ଜେରା କରୁଛି। ପୁଲିସର କହିବାନୁସାରେ ଏହି ମିଶନରେ ଜ୍ୟୋତିଙ୍କ ସହ ଆହୁରି ୨୦ ରୁ ଅଧିକ ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ବର୍ତ୍ତମାନ ଜ୍ୟୋତି ମଲହୋତ୍ରା ୫ ଦିନିଆ ରିମାଣ୍ଡରେ ହିସାର ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ହେପାଜତରେ ରହିଛି।

Advertisment
Pakistan Espionage Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ