Advertisment

Jyoti Malhotra Spy Probe: ଖୋଲୁଛି ଗୁମର; ‘ଜ୍ୟୋତିଙ୍କ ଡାଏରୀ କହିବ ସତ’

ପାକିସ୍ତାନ ଗସ୍ତ ସମ୍ପର୍କରେ ସବୁ ତଥ୍ୟ ଡାଏରୀରେ ରହିଛି। ଡାଏରୀରେ ଲୁଚି ରହିଛି ପାକିସ୍ତାନ ଗୁପ୍ତଚରୀ ଫମୁର୍ଲା। ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା। ପହଲଗାମ୍ ହମଲା ପୂର୍ବରୁ ଯାଇଥିଲେ ପାକିସ୍ତାନ, ସେଠି ସେ ୧୦ ଦିନ ଧରି ରହିଥିଲେ।

ଅଦ୍ୟତନ ହୋଇଛି
pakistan

pakistan

Advertisment

ପାକିସ୍ତାନୀ ଜାସୁସ୍ ଜ୍ୟୋତି ମଲହୋତ୍ରାର ଖୋଲୁଛି ଗୁମର। ପାକିସ୍ତାନ ଯିବା ପଛର ଅସଲ କାରଣ କ’ଣ ଥିଲା ତଦନ୍ତକାରୀ ସଂସ୍ଥା ନିକଟରେ ଓଗାଳୁଛି ଜାସୁସ୍ ଜ୍ୟୋତି। ଏହି ସବୁ ଭିତରେ ଜ୍ୟୋତିଙ୍କ ପାଖରୁ ଜବତ ହୋଇଛି ଏକ ଡାଏରୀ। ‘ଜ୍ୟୋତିଙ୍କ ଡାଏରୀ ଏବେ କହିବ ସବୁ ସତ’।

Advertisment

ପାକିସ୍ତାନ ଗସ୍ତ ସମ୍ପର୍କରେ ସବୁ ତଥ୍ୟ ଡାଏରୀରେ ରହିଛି। ଡାଏରୀରେ ଲୁଚି ରହିଛି ପାକିସ୍ତାନ ଗୁପ୍ତଚରୀ ଫମୁର୍ଲା। ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା। ପହଲଗାମ୍ ହମଲା ପୂର୍ବରୁ ଜ୍ୟୋତି ପାକିସ୍ତାନ ଯାଇଥିଲେ , ସେଠି ସେ ୧୦ ଦିନ ଧରି ରହିଥିଲେ।

ଅଧିକ ପଢ଼ନ୍ତୁ: ଶତ୍ରୁ ଦେଶକୁ ପୁରୀ ସହରର କୌଣସି ତଥ୍ୟ ଲିକ୍ କରିଛି କି ଗୁପ୍ତଚରୀ ?

ଅନ୍ୟପକ୍ଷରେ ପାକିସ୍ତାନ ଲିଙ୍କରେ ପୁରୀରେ ମଧ୍ୟ ତଦନ୍ତ ଚାଲିଛି। ଜାସୁସ୍ ଜ୍ୟୋତିଙ୍କ ଲିଙ୍କରେ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କୁ ଘନ ଘନ ପଚରାଉଚରା କରାଯାଉଛି।। ପ୍ରିୟଙ୍କାଙ୍କ ସହ ପୁରୀ ବୁଲିଥିଲେ, ଶ୍ରୀମନ୍ଦିର ଦର୍ଶନ କରିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଯାହାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜ୍ୟୋତିଙ୍କ ସହ ପ୍ରିୟଙ୍କା ପୁରୀ ସହରର ବିଭିନ୍ନ ସ୍ଥାନ ଏକାଠି କ୍ୟାବରେ ବୁଲିଥିଲେ, ହୋଟେଲରେ ଖାଉଥିଲେ। ଏପରିକି ପୁରୀ ସମେତ ଅନ୍ୟ କେତେକ ସ୍ଥାନ ମଧ୍ୟ ବୁଲି ଯିବାର ଦେଖିବାକୁ ମିଳିଛି।

Advertisment

ଜ୍ୟୋତି ପୁରୀ ଆସିବାବେଳେ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ରୁମ ନମ୍ବର ୨୦୩ରେ ରହିଥିଲେ ବୋଲି ଜଣାପଡିଛି। ହେଲେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ କେତେ ନିବିଡ଼ ଓ କ’ଣ ଉଭୟଙ୍କ ଭିତରେ ଆଲୋଚନା ହୋଇଛି ସେ ନେଇ ଏବେ ତଦନ୍ତ ଚାଲିଛି।

ଅଧିକ ପଢନ୍ତୁ : ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!

Advertisment
India Pakistan Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ