Advertisment

ଦେଶର ପ୍ରଥମ ମହିଳା CJI ହୋଇପାରନ୍ତି ଜଷ୍ଟିସ ବି ଭି ନାଗରତ୍ନା

ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
ଦେଶର ପ୍ରଥମ ମହିଳା CJI ହୋଇପାରନ୍ତି ଜଷ୍ଟିସ ବି ଭି ନାଗରତ୍ନା

justice nagarathna

Advertisment

ନୂଆଦିଲ୍ଲୀ: ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି। ଜଷ୍ଟିସ ବି ଭି ନାଗରତ୍ନା କର୍ଣ୍ଣାଟକ ହାଇକୋର୍ଟର ଜଜ ଅଛନ୍ତି। ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଥିବା ଇଏସ ଭେଙ୍କଟରମୈୟାଙ୍କ କନ୍ୟା ଅଟନ୍ତି। ଭେଙ୍କଟରମୈୟା ୧୯୮୯ ଜୁନ୍‌ ୧୯ରୁ ୧୯୮୯ ଡିସେମ୍ବର ୧୭ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ। ତାଙ୍କ ଝିଅ ଜଷ୍ଟିସ୍‌ ନାଗରତ୍ନା କର୍ଣ୍ଣାଟକ କମର୍ସିଆଲ ଏବଂ ସାମ୍ବିଧାନିକ ଆଇନର ବ୍ୟାଖ୍ୟା କରିବା ସହ ଅନେକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି। 
ଜଷ୍ଟିସ୍‌ ବି ଭି ନାଗରତ୍ନା କର୍ଣ୍ଣାଟକ ହାଇକୋର୍ଟରେ ୧୯୮୭ରେ ବାର କାଉନସିଲ୍‌ରେ ନାମାଙ୍କନ କରାଇଥିଲେ। ସେ ସାମ୍ବାଧାନିକ ଏବଂ ବାଣିଜ୍ୟିକ ଆଇନ ଉପରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ଏଡିସନ ଜଜ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ପୁଣି ୨୦୨୦ ଫେବ୍ରୁଆରୀରେ ଜଷ୍ଟିସ ନାଗରତ୍ନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Advertisment

ପ୍ରଧାନ ବିଚାରପତି ଏନବି ରମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏହି ପଦବୀ ପାଇଁ ୯ ବିଚାରପତିଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ ବିଭି ନାଗରତ୍ନାଙ୍କ ନାଁ ମଧ୍ୟ କଲେଜିୟମ ସୁପାରିଶ କରିଥିଲେ। ଏହି ତାଲିକାରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବେଲା ତ୍ରିବେଦୀ ଦୁଇ ମହିଳା ଅଛନ୍ତି ଯେଉଁମାନେ କି ବିଚାରପତି ଅଛନ୍ତି। ଏଠି କହିରଖିବୁ, ଭାରତରେ ମହିଳା ପ୍ରଧାନ ବିଚାରପତି ନିଯୁକ୍ତି ଦାବି ବହୁତ ପୂର୍ବରୁ ଉଠିଥିଲା। 

ଅନ୍ୟପକ୍ଷେ ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତି ଥିବା ଏଏସ ବୋବଡେ କହିଛନ୍ତି, ‘ଭାରତ  ଜଣେ ମହିଳା ପ୍ରଧାନ ବିଚାରପତି ପାଇବାର ସମୟ ଆସିଯାଇଛି।’ 

Advertisment

ସୂଚନାଥାଉ କି,  ଜଷ୍ଟିସ ନାଗରତ୍ନା  ଆସନ୍ତା ୨୦୨୭ ମସିହାରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି। ସେହିପରି କଲେଜିୟମ୍ ସୁପାରିଶ କରିଥିବା ଅନ୍ୟ ଦୁଇ ମହିଳା ବିଚାରପତି   ଜଷ୍ଟିସ ହିମା କୋହଲି ଏବେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଜଷ୍ଟିସ ବେଲା ତ୍ରିବେଦୀ ଗୁଜରାଟ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଛନ୍ତି  । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଏହି ୩ ମହିଳାଙ୍କ ସହ ୯ ଜଣ ବିଚାରପତିଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିଶ କରିଛନ୍ତି  । କଲେଜିୟମ୍ ସୁପାରିଶ କରିଥିବା ଅନ୍ୟ ୫ ଜଣ ବିଚାରପତି ହେଲେ ଜଷ୍ଟିସ ଅଭୟ ଶ୍ରୀନିବାସ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେକେ ମାହେଶ୍ୱରୀ, ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ଏମ୍ଏମ୍ ସୁନ୍ଦରେଶ।  ସେହିପରି ବରିଷ୍ଟ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ ପିଏସ୍ ନରସିଂହାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି  ।

Advertisment
Supreme Court Of India CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ