Advertisment

କାହିଁକି ବେଲ୍ ଦେବାକୁ ଡରୁଛନ୍ତି ଜଜ୍‌ ?

ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।

ଅଦ୍ୟତନ ହୋଇଛି
District Judges Reluctant To Grant Bail Due To Fear Of Being Targeted

District Judges Reluctant To Grant Bail Due To Fear Of Being Targeted

Advertisment

ବେଲ୍ ଦେବାକୁ ଡରୁଛନ୍ତି ତଳ କୋର୍ଟର ଜଜ୍ । ବାର କାଉନ୍ସିଲ୍ ଅଫ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ । ଘୃଣ୍ୟ ଅପରାଧ କ୍ଷେତ୍ରରେ ଜାମିନ୍ ଦେଲେ ଟାର୍ଗେଟ ହେବାର ଭୟ ରହୁଥିବାରୁ ଜଜ୍‌ମାନେ ବେଲ୍ ଦେବାରୁ ପଛଘୁଞ୍ଚା ଦେଉଥିବା କହିଛନ୍ତି ପ୍ରଧାନ ବିଚାରପତି । ଫଳରେ ଉପରକୋର୍ଟରେ ଜାମିନ ଆବେଦନ ସଂଖ୍ୟା ବଢୁଛି । ତଳ କୋର୍ଟର ବଚାରପତି ଅପରାଧର ଗଭୀରତାକୁ ବୁଝୁଥିଲେ ବି କେବଳ ଟାର୍ଗେଟ ଭୟରେ ଜାମିନ ଦେଉନଥିବା ସେ କହିଛନ୍ତି । ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଚଳିତମାସ ୯ ତାରିଖରେ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ସେ ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ ।

Advertisment
Supreme Court CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ