• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏ ଯୁଗର ଶ୍ରବଣ କୁମାର । ପରିଣତ ବୟସରେ ବୋଝ ନୁହଁନ୍ତି ବାପାମା’ । ପବିତ୍ର ଶ୍ରାବଣ ମାସରେ ଚଳନ୍ତି ଠାକୁରଙ୍କୁ ଧରି ପୁଅ ବାହାରିଛି କାଉଡ଼ିଆ ଯାତ୍ରାରେ । ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ । ବର୍ତ୍ତମାନ ସମୟରେ ଅନେକ ନିଜ ବାପାମା’ଙ୍କୁ ପଚାରୁନଥିବା ବେଳେ ଏପରି ପୁଅବୋହୂ ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ । ବିହାରର ହଳେ ଦମ୍ପତି ଶ୍ରାବଣ ମାସରରେ ଶ୍ରବଣ କୁମାରର ଭୂମିକା ନିଭାଉଛନ୍ତି ।

ବିହାର ଜୋହାନାବାଦ ବାସିନ୍ଦା ଚନ୍ଦନ କୁମାର ଏବଂ ତାଙ୍କ ପତ୍ନୀ ରାନୀ ଦେବୀ । କାନ୍ଧରେ ଭାର ଧରି ବାବାଧାମ ଅଭିମୁଖେ ଯାତ୍ରା କରୁଛନ୍ତି । ଭୋଳା ଶଙ୍କରଙ୍କ ଦର୍ଶନ ପାଇଁ ଚାଲିବାକୁ ପଡ଼ିବ ୧୦୫ କିମି । ପାଦ ଥକିଯାଉଛି ହେଲେ ଲଗାତାର ଚାଲୁଛନ୍ତି । ସୁଲତାନଜଞ୍ଜରୁ ଜଳ ଧରି ଉଭୟେ ଦେଓଘର ଯାଉଛନ୍ତି ।

ସୂଚନା ଅନୁସାରେ ଚନ୍ଦର କୁମାର ଓ ତାଙ୍କ ସ୍ତ୍ରୀ ସତ୍ୟନାରାୟଣ ବ୍ରତ କରନ୍ତି । ଏଥିପାଇଁ ସବୁମାସରେ ପଦଯାତ୍ରରେ ବାହାରି ପଡ଼ନ୍ତି । ହେଲେ ଏଥର ବାପାମା’ଙ୍କୁ ମଧ୍ୟ ଭୋଳାବାବାଙ୍କ ଦର୍ଶନ କରାଇବାକୁ ଚିନ୍ତା କରିଥିଲେ । ହେଲେ ବୟସାଧିକ୍ୟ ହେତୁ ତାଙ୍କ ବାପାମା’ଙ୍କ ପକ୍ଷରେ ଚାଲି ଚାଲି ଯିବା ସମ୍ଭବ ନୁହେଁ । ଏଥିପାଇଁ ବାବାଙ୍କ ଦର୍ଶନ ପାଇଁ ବାପାମା’ଙ୍କୁ ଧରି ୧୦୫ କିମି ଯାତ୍ରା କରୁଛନ୍ତି ପୁଅବୋହୂ ।

ବାପାମା’ଙ୍କୁ ତୀର୍ଥ ଯାତ୍ରା କରାଇବାକୁ ପ୍ରଥମେ ଏକ ମଜଭୁତ୍‌ ଭାର ପ୍ରସ୍ତୁତ କରିଥିଲେ ଚନ୍ଦନ ଏବଂ ରବିବାର ଦିନ ସୁଲତାନଜଞ୍ଜରୁ ପାଣି ଭରିଥିଲେ । ତା’ପରେ ବାପାଙ୍କୁ ଆଗରେ ଏବଂ ମାଙ୍କୁ ପଛରେ ପକାଇ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଶେଷ କରିବା ପାଇଁ ସମୟ ଲାଗିବ କିନ୍ତୁ ନିଶ୍ଚୟ ସଫଳ ହେବ ବୋଲି ଚନ୍ଦନ କହିଛନ୍ତି ।