Advertisment

ଜିଓର ଦୀପାବଳି ଭେଟି; ଆରମ୍ଭ ହେଲା 5G ସେବା

ଦୀପାବଳି ଅବସରରେ ଜିଓ ଗ୍ରାହକଙ୍କୁ ଦେଇଛି ଭେଟି। ଆରମ୍ଭ କରିଛି 5G ସେବା। ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଜିଓ 5G ସେବା ଆରମ୍ଭ କରିଛନ୍ତି। ଜାଣନ୍ତୁ କେଉଁଠି ଆରମ୍ଭ ହେଲା…

author-image
Pramod Behera
ଅଦ୍ୟତନ ହୋଇଛି
Jio chairman Akash Ambani launched jio 5g services

Jio chairman Akash Ambani launched jio 5g services

ରାଜସ୍ଥାନରେ ଆରମ୍ଭ ହୋଇଯାଇଛି 5G ସେବା। ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଶନିବାର ନାଥଦ୍ୱାର ଟାଉନର ଶ୍ରୀନାଥଜୀ ମନ୍ଦିରରୁ ଜିଓ 5G ସେବା ଆରମ୍ଭ କରିଛନ୍ତି। ଏହି ବିଶେଷ ଅବସରରେ ଶ୍ରୀନାଥଜୀଙ୍କୁ ପୂଜା କରିବା ପରେ ଆକାଶ ଅମ୍ବାନୀ କହିଛନ୍ତି ଯେ ଆଜିଠାରୁ ଜିଓ ଟ୍ରୁ 5G ସେବା ସହିତ ନାଥଦ୍ୱାର ଠାରେ 5G ପାୱାର ୱାଇଫାଇ (5G ପାୱାର ୱାଇଫାଇ) ସେବା ଆରମ୍ଭ ହେଉଛି। ତେବେ ଏହି 5G ସେବା ସମସ୍ତଙ୍କ ପାଇଁ ବୋଲି ସେ କହିଛନ୍ତି।

Advertisment

ଦେଶରେ 5G ସେବା ଆରମ୍ଭ କରି ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ 5G ସେବା ଆରମ୍ଭ କରିବା ଆମର ପ୍ରୟାସ।” ଏହି ଅବସରରେ ସେ ଯଥାଶୀଘ୍ର ସମଗ୍ର ଦେଶରେ ଜିଓର ଟ୍ରୁ 5G ସେବା ଆରମ୍ଭ କରିବା ବିଷୟରେ ଆଲୋଚନା କରିଛନ୍ତି। ତେବେ ଚଳିତ ବର୍ଷ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ 5G ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ଏହା ପୂର୍ବରୁ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡରୁ ଇସ୍ତଫା ଦେଇ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତେବେ ଜିଓ 5G ର ଅତ୍ୟାଧୁନିକ ସଂସ୍କରଣକୁ ଷ୍ଟାଣ୍ଡାଲୋନ୍ 5G ନାମ ଦିଆଯାଇଛି। ଏନେଇ 5G ଭିତ୍ତିଭୂମିରେ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ବୋଲି ଆକଳନ କରାଯାଇଛି।

Advertisment

କମ୍ପାନୀର କହିବାନୁସାରେ, ଲୋକମାନେ ଧୀରେ ଧୀରେ ସମଗ୍ର ସହରରେ 5G ସିଗନାଲ ପାଇବା ଆରମ୍ଭ କରିବେ। କମ୍ପାନୀ 5G ଟେକ୍ନୋଲୋଜିକୁ 'ଜିଓ ଟ୍ରୁ 5G' ଭାବରେ ବ୍ରାଣ୍ଡ କରିଛି।

କମ୍ପାନୀର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ପରିବାରର କୁଳଦେବତା ଶ୍ରୀନାଥଜୀଙ୍କୁ 5G ସେବା ଉତ୍ସର୍ଗ କରିଛନ୍ତି। କମ୍ପାନୀ ପରେ Jio 5G ସେବାର ବ୍ୟାବସାୟିକ ଉନ୍ମୋଚନ କରିବ। ଏହି ସୂଚନା କମ୍ପାନୀର ଜଣେ ଅଧିକାରୀ ପ୍ରଦାନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ 5G ସେବା ଆରମ୍ଭ ହେବା ସହିତ ରାଜସ୍ଥାନର ଲୋକଙ୍କ ଜୀବନ ବଦଳିଯିବ। 5G ସେବା ସେମାନଙ୍କୁ ବିଶ୍ୱ ନାଗରିକଙ୍କ ସହିତ ଜଡିତ କରିବ। ନାଥଦ୍ୱାର ମନ୍ଦିରର ମହନ୍ତ ବିଶାଲ ବାବା ମଧ୍ୟ କହିଛନ୍ତି ଯେ ଆମେ 5G ସେବା ଆରମ୍ଭକୁ ସ୍ୱାଗତ କରୁଛୁ। ସେ 5G ସେବାକୁ ଶ୍ରୀଜୀ ଭାବେ କହିଥିଲେ।

ଗତ ମାସରେ ନିଜେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦର୍ଶନ ପାଇଁ ଶ୍ରୀନାଥଜୀ ମନ୍ଦିରରେ ପହଞ୍ଚିଥିଲେ ଏବଂ ସେତେବେଳେ ସେ ମନ୍ଦିରରେ ରାଜସ୍ଥାନରେ 5G ସେବା ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ ଦେଶରେ ଜିଓର 4G ସେବା ଆରମ୍ଭ କରିବା ପୂର୍ବରୁ ମୁକେଶ ଅମ୍ବାନୀ ପ୍ରାର୍ଥନା କରିବା ପାଇଁ ୨୦୧୫ ରେ ଶ୍ରୀନାଥଜୀ ମନ୍ଦିର ଯାଇଥିଲେ।

5G Service Technology Reliance Jio
Advertisment
Advertisment