ଭ୍ୟୁଜ୍ ପାଇବା ପାଇଁ ୧୦୦ ଫୁଟ୍ ଉଚ୍ଚରୁ ଡେଇଁଲେ ଯୁବକ, ତା’ପରେ ଯାହା ହେଲା...

ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ ।

Instagram Reels

ଏବେ ରିଲ୍ସ ସମସ୍ତଙ୍କୁ ପାଗଳ କରିଛି । ରିଲ୍ସ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ଭାଇରାଲ୍ ହେବାକୁ ଲୋକମାନେ ସବୁବେଳେ କିଛି ନା କିଛି କରୁଥାଆନ୍ତି । କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ହସାଇ ହସାଇ ବେଦମ୍‌ କରିଦିଏ ପୁଣି ଆଉ କିଛି ଚକିତ ବି କରିଦିଏ ।

ରିଲ୍ସ କରିବା ପାଇଁ ବିନା ଡର ଓ ଭୟରେ କୌଣସି ବି ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସର୍ବସାଧାରଣ ଅଞ୍ଚଳରେ ହେଉ କିମ୍ବା ଶାନ୍ତିପୂର୍ଣ୍ଣ ଯାତାୟାତ ସ୍ଥାନରେ ଭିଡିଓ ତିଆରି କରୁଛନ୍ତି । ଇଣ୍ଟରନେଟ୍ ଦୁନିଆ ବଡ ଅଦ୍ଭୁତ । ଏଠାରେ କେତେବେଳେ କ’ଣ ହେଇଯିବ ତାହା କହିପାରିବେ ନାହିଁ । ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍‌ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ମାତ୍ର ଏବେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟହେବେ।

ଅଧିକ ପଢ଼ନ୍ତୁ: ଅଢେଇ ବର୍ଷରେ କମେଇଛନ୍ତି ୨ ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ । ଘଟଣାଟି ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଘଟିଛି । ଯୁବକ ଜଣକ ପାଣିକୁ ଡେଇଁବା ପରେ ଗଭୀର ଜଳରେ ବୁଡ଼ି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଟଉସିଫ୍ ନାମକ ଜଣେ ଯୁବକ ଗତ ସୋମବାର ସନ୍ଧ୍ୟାରେ ପ୍ରାୟ ୧୦୦ ଫୁଟ ଉଚ୍ଚରୁ ଏକ ହ୍ରଦକୁ ଡେଇଁ ପଡିଥିଲେ । ତେବେ ହ୍ରଦରେ ସ୍ନାନ କରୁଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ରିଲ୍ସ ମାୟାରେ ତାଙ୍କର ପ୍ରାଣ ଯାଇଥିଲା ।

ପରେ ସାଙ୍ଗମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହ ମିଶି ପୋଲିସ ମୃତଦେହ ଉଦ୍ଧାର କରିଥିଲା ।

ସେମାନେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଯୁବକ ଜଣକ ପାଣି ଭିତରକୁ ଡେଇଁ ପଡୁଥିବା ବେଳେ ତାଙ୍କ ବନ୍ଧୁ ରେକର୍ଡ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ୫ ଟଙ୍କିଆ କୁର୍‌କୁରେ ଆଣିଦେଲାନି ସ୍ୱାମୀ; ଡିଭୋର୍ସ ମାଗିଲା ସ୍ତ୍ରୀ..ଦେଖନ୍ତୁ ଭିଡିଓ