Advertisment

ଭାରତୀୟ ଯବାନଙ୍କ ଗୁଳିରେ ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ

ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।

ଅଦ୍ୟତନ ହୋଇଛି
Indian Army

Indian Army

Advertisment

ଜାମ୍ମୁ-କାଶ୍ମୀରରେ ଭାରତୀୟ ଯବାନଙ୍କୁ ମିଳିଲା ସଫଳତା । ପୁଣି ଏକ ବଡ଼ ଧରଣର ଏନ୍‌କାଉଣ୍ଟର କଲା ଭାରତୀୟ ସେନା । ଏଥିରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ ସୂଚନା । ବଡ଼ଗାମ ଓ ପୁଲଓ୍ୱାମାରେ ୧୨ ଘଣ୍ଟାରେ ୨ଟି ପୃଥକ ଏନ୍‌କାଉଣ୍ଟର କରାଯାଇଛି । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।

Advertisment

କଶ୍ମୀର ଜୋନ ପୋଲିସ୍‌ ଟ୍ୱିଟ କରି ସୂଚନା ଦେଇଛି ଯେ “୧୨ ଘଣ୍ଟା ମଧ୍ୟରେ ହୋଇଥିବା ଟ୍ୱିନ ଏନକାଉଣ୍ଟର୍‌ରେ ପାକିସ୍ତାନ ପ୍ରାୟୋଜିତ ଲସ୍କର ଓ ଜୈଶର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କୀ ରହିଛି। ଏହା ଆମ ପାଇଁ ବଡ଼ ସଫଳତା।”

Advertisment

ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ବଡ଼ଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Advertisment

ନିହତ ଜୈଶ କମାଣ୍ଡ ଜାହିଦ ୨୦୧୯ ମସିହା ଫେବୃଆରୀ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ହମଲାରେ ସାମିଲ ଥିଲା। ସେ ଏଠାରେ ଦୀର୍ଘ ବର୍ଷ ହେଲା କାମ କରୁଥିଲା। ତେଣୁ ଏନକାଉଣ୍ଟର୍‌ରେ ସେ ନିହତ ହେବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା।

Indian Army Terrorist Killed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ