Chhota Rajan
ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୨୦୦୧ ମସିହାରେ ମୁମ୍ବାଇର ବ୍ୟବସାୟୀ ଜୟା ସେଟ୍ଟୀଙ୍କ ହତ୍ୟା ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୧ରେ, ଜୟା ସେଟ୍ଟୀଙ୍କୁ ମୁମ୍ବାଇର ଗ୍ରାଣ୍ଟ ରୋଡରେ ଛୋଟା ରାଜନ ଗୁଳି କରି ହତ୍ୟା କରିଥିଲା ।
ଜୟା ସେଟ୍ଟୀ ସେଣ୍ଟ୍ରାଲ ମୁମ୍ବାଇର ଗାମଦେବୀସ୍ଥିତ ଗୋଲଡେନ୍ କ୍ରାଉନ୍ ହୋଟେଲର ମାଲିକ ଥିଲେ । ୪ ମେ, ୨୦୦୧ରେ, ଦୁଇଜଣ ଅଭିଯୁକ୍ତ ତାଙ୍କୁ ତାଙ୍କ ହୋଟେଲ ଭିତରେ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ଧମକ ଯୋଗୁଁ ମହାରାଷ୍ଟ୍ର ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା । କିନ୍ତୁ ଜୟା ସେଟ୍ଟୀ ହତ୍ୟାକାଣ୍ଡର ଦୁଇ ମାସ ପୂର୍ବରୁ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଜର୍ମାନୀରୁ ଫେରିଲେ ପ୍ରଜ୍ଜ୍ୱଳ ରେଭାନ୍ନା; ଅଧରାତିରେ ଗିରଫ କଲା SIT ଟିମ୍
ଛୋଟା ରାଜନ କିଏ ?
ଦାଉଦ ଇବ୍ରାହିମର ସବୁଠାରୁ ବଡ ଶତ୍ରୁ ତଥା ଦିଲ୍ଲୀ ତିହାର ଜେଲରେ ବନ୍ଦୀଥିବା ଅଣ୍ଡରୱାଲର୍ଡ ଡନ୍ ଛୋଟା ରାଜନକୁ ୨୦୧୫ ମସିହାରେ ଭାରତୀୟ ଗୁଇନ୍ଦା ସଂସ୍ଥା ବିଦେଶରୁ ଗିରଫ କରି ଭାରତ ଆଣିଥିଲା । ହେଲେ କିଛି ବର୍ଷ ତଳେ ଗଣମାଧ୍ୟମରେ ଖବର ଆସିଥିଲା କି କରୋନାରେ ଛୋଟା ରାଜନଙ୍କର ମୃତ୍ୟୁ ହୋଇଯାଇଛି । ଏବେ ଛୋଟା ରାଜନ ଦିଲ୍ଲୀର ତିହାର ଜେଲରେ ରହିଛି । ତା’ର ସେଲକୁ କଡା ସୁରକ୍ଷା ଭିତରେ ରଖାଯାଇଛି । ଯେଉଁଠି ଛୋଟା ରାଜନକୁ ରଖାଯାଇଛି ତା ପାଖାପାଖି ରହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଅଧିକ ପଢ଼ନ୍ତୁ: ମଦ ଦେଲେନି ବାର୍ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ
ଗୋଟିଏ ସମୟରେ ଛୋଟା ରାଜନ ଓ ଦାଉଦ୍ ଇବ୍ରାହିମ ଅତି ନିକଟତର ଥିଲେ । ସେମାନେ ମିଳିତ ଭାବେ ୨୦ ବର୍ଷରୁ ଅଧିକ ଧରି ପୋଲିସ ଆଖିଆଗରେ ଅପରାଧ କରି ମୁମ୍ବାଇକୁ ଭୟଭିତ କରି ରଖିଥିଲେ । ୧୯୯୩ ବିସ୍ଫୋରଣ ପରେ ଛୋଟା ରାଜନ ଦାଉଦ ଠାରୁ ଅଲଗା ହୋଇଯାଇଥିଲା । ଏହି ଦୁଇଜଣଙ୍କ ଶତ୍ରୁତା କାରଣରୁ ମୁମ୍ବାଇ, ଦୁବାଇ, ନେପାଳ ଭଳି ଅନେକ ସ୍ଥାନରେ ଅନେକ ହତ୍ୟା ହୋଇଥିଲା । ଦାଉଦର ନିକଟତର କୁହାଯାଉଥିବା ଛୋଟା ସକିଲ ଏବେ ବି ଛୋଟା ରାଜନକୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717076660.jpg)