ରହସ୍ୟମୟ ଘଟଣା: ମୃତ୍ୟୁର ୬ ଦିନ ପରେ ଫେରିଲେ ଯବାନ !

ଆଶ୍ଚର୍ଯ୍ୟ ! ମୃତ୍ୟୁର ୬ ଦିନ ପରେ ଫେରିଲେ ଯବାନ ! କାର ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ୬ ଦିନ ପରେ ଫେରିଲେ ଯବାନ ! କିନ୍ତୁ ସୋମବାର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ବୋଲି ଘୋଷଣା ହୋଇଥିଲା ।

jawan fakes death

ଆଶ୍ଚର୍ଯ୍ୟ ! ମୃତ୍ୟୁର ୬ ଦିନ ପରେ ଫେରିଲେ ଯବାନ ! କାର ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ୬ ଦିନ ପରେ ଫେରିଲେ ଯବାନ ! କିନ୍ତୁ ସୋମବାର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ବୋଲି ଘୋଷଣା ହୋଇଥିଲା । ଯବାନଙ୍କ ନାମ ହେଉଛି ବିକାଶ ଭାସ୍କର । ବୟସ ୨୬ ବର୍ଷ । ଜୁନ୍‌ଜୁନୁ ଜିଲ୍ଲାର କାନୱରପୁର ବାଲାଜୀ ଗାଁର ମୂଳ ବାସିନ୍ଦା ହେଉଛନ୍ତି ବିକାଶ ଭାସ୍କର । ମାର୍ଚ୍ଚ ୨୪ରେ ଉକ୍ତ ଜିଲ୍ଲାର ଡଣ୍ଡଲୋଡ ସହରରେ କାର୍‌ ଦୁର୍ଘଟଣାରେ ନିଆଁ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଖବର ମିଳିଥିଲା । ପରେ ଯବାନଙ୍କ ପରିବାର ମଧ୍ୟ ତାଙ୍କର ଶେଷ ରୀତିନୀତି କରିଥିଲେ । 

କିନ୍ତୁ ସୋମବାର ଦିନ ଯବାନଙ୍କୁ ରହସ୍ୟମୟ ଭାବରେ ପୁନର୍ବାର ଦେଖିବାକୁ ମିଳିଥିଲା । ପରେ ସେ ଅସୁସ୍ଥ ହୋଇଯାଇଥିଲେ ଯାହାଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ପୋଲିସ କହିଛି।

ତେବେ ଏହି ଘଟଣାରେ ଝୁନ୍‌ଝୁନ୍‌ ଏସ୍‌ପି ଋଷି ଭର୍ମା କହିଛନ୍ତି ଯେ, “ସୂଚନା ଅନୁଯାୟୀ ମାର୍ଚ୍ଚ ୨୪ରେ ଯବାନ ଜଣକ ତାଙ୍କର ମିଛ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ । ଆମ ଟିମ୍‌ ଏହି ଘଟଣାର ଦଦନ୍ତ କରୁଛି । ଏହା ଭିତରେ ସୋମବାର ଯବାନ ଜଣକ ତାଙ୍କ ଘରକୁ ଫେରିଥିଲେ ଏବଂ ଯେତେବେଳେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ସେ ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ମୁକୁନ୍ଦଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଝୁନ୍‌ଝୁନ୍‌ ଡାକ୍ତରଖାନାକୁ ପଠାଯାଇଥିଲା। ”

ଯବାନ ଜଣକ ତାଙ୍କ ଚାଷ ଜମିରେ କାମ କରୁଥିବା ଶ୍ରମିକ ମହେଶ ମେଘୱାଲଙ୍କୁ ନିଜ ମିଛ ମୃତ୍ୟୁର ଷଡ଼ଯନ୍ତ୍ର କରିବା ପାଇଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ଏସ୍‌ପି କହିଛନ୍ତି, “ଯବାନଙ୍କ କାର୍‌ରେ ଜଳିଯାଇଥିବା ବ୍ୟକ୍ତି ଯଦି ତାଙ୍କ ଦ୍ୱାରା ହତ୍ୟା କରାଯାଇଛି ତାହା ପ୍ରମାଣ ହେବାର ଆବଶ୍ୟକ ରହିଛି । ଅନ୍ୟପଟେ ସେ କାହିଁକି ତାଙ୍କ ମିଛ ମୃତ୍ୟୁ ଷଡ଼ଯନ୍ତ୍ର କରିଛନ୍ତି ତାହା ମଧ୍ୟ ତଦନ୍ତ ଚାଲିଛି ।”

ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଯବାନ ଭାସ୍କରଙ୍କୁ ଶ୍ରୀନଗରରେ ପୋଷ୍ଟ କରାଯାଇଥିଲା ଓ ଅନଲାଇନ୍ କାରବାରରେ ସେ ୧.୫ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା । ଏହି କ୍ଷତି ପୂରଣ ପାଇଁ ସେ ଏକ ବୀମା ପଲିସି କିଣିଥିଲେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ରମେଶ ସାହାଯ୍ୟରେ ନିଜ ମୃତ୍ୟୁର ଷଡ଼ଯନ୍ତ୍ର କରିଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଦୁଇଜଣ ଭାସ୍କରଙ୍କ କାରକୁ ତାଙ୍କର ଚାଷ ଶ୍ରମିକ ମହେଶ ମେଘୱାଲଙ୍କ ମୃତଦେହରେ ନିଆଁ ଲଗାଇ ଜାଳି ଦେବାକୁ ନିଷ୍ପତ୍ତି ନେଇଥିଲେ ।