Advertisment

ଏନ୍‌କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ଆତଙ୍କୀ

ସାଧାରଣ ନାଗରିକଙ୍କୁ ଗୁଳି କରି ଫେରାର୍‌ ହୋଇଯାଇଥିବା ଆତଙ୍କବାଦୀକୁ ଏନ୍‌କାଉଣ୍ଟରରେ ନିପାତ କଲେ ସୁରକ୍ଷାବାହିନୀ ।

Terrorist killed in encounter

Terrorist killed in encounter

Advertisment

ଶ୍ରୀନଗର: ବଦଲା ନେଲେ ଯବାନ । ସାଧାରଣ ନାଗରିକଙ୍କୁ ଗୁଳି କରି ଫେରାର୍‌ ହୋଇଯାଇଥିବା ଆତଙ୍କବାଦୀକୁ ଏନ୍‌କାଉଣ୍ଟରରେ ନିପାତ କଲେ ସୁରକ୍ଷାବାହିନୀ । ଜାମ୍ମୁକାଶ୍ମୀର ସ୍ଥିତ ଶୋପିଆନର ଚିତ୍ରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଏହି ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନାମ ଅନାୟତ ଅଶରଫ ଦାର ବୋଲି ଜଣାପଡିଛି ।

Advertisment

ଏ ନେଇ ସୁରକ୍ଷା ବାହିନୀ କହିଛନ୍ତି, ଗତ ବୁଧବାର ରାତିରୁ ଜଣେ ଆତଙ୍କୀ ଏହି ଇଲାକାରେ ଲୁଚି ରହିଥିଲେ। ତାଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିଥିଲେ।  ନିକଟରେ, ସ୍ଥାନୀୟ ଅଶରଫ ଦାରଙ୍କ ୧୮ ବର୍ଷର ପୁଅ ଅନାୟତ ଅଶରଫ ଦାରଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଆସିଥିଲା।  ନିଶା କାରବାର, ଲୁଟତରାଜ କରୁଥିବା ପୋଲିସ ରେକର୍ଡ ରହିଛି। ପରେ  ଆତଙ୍କବାଦୀ ସଂଗଠନରେ  ଯୋଗ ଦେଇଥିଲେ । ଆତଙ୍କୀ ସଗଂଠନରୁ ବନ୍ଧୁକ, ଗ୍ରେନେଡ ପାଇବା ପରେ ସ୍ଥାନୀୟ ଅଞ୍ଚଳଙ୍କରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଥିଲେ।  ଗତ ବୁଧବାର ଦିନ  ଅନାୟତ ନିଜ ଅଞ୍ଚଳର ଏକ ଦୋକାନୀ ହାମିଦ ଭଟଙ୍କୁ ଗୁଳି କରିଥିଲେ। ଏହାପରେ ସେଠାରୁ ସେ ଫେରାର୍‌ ହୋଇ ଚିତ୍ରିଗାମ ଅଞ୍ଚଳରେ ଲୁଚି ରହିଥିଲେ । ଏହି ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

Advertisment

ସେହି ଅଞ୍ଚଳରେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବାହୀନିକୁ ଖବର ମିଳିଥିଲା । ଆଜି ସକାଳେ ଯେତେବେଳେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରେ ପହଞ୍ଚିଥିଲେ ସେତେବେଳେ ସେମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଅନେକ ଥର ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ପ୍ରତ୍ୟେକ ଥର ସେମାନେ ସୁରକ୍ଷା ବାହିନୀକୁ ଗୁଳି ସାହାଯ୍ୟରେ ଉତ୍ତର ଦେଇଥିଲେ । ବାରମ୍ୱାର କହିବା ସତ୍ତ୍ୱେ ନ ଶୁଣିବାରୁ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ସୁରକ୍ଷା ବାହିନୀ ଏନକାଉଣ୍ଟର ସ୍ଥାନରୁ ଆତଙ୍କବାଦୀଙ୍କ ମୃତ ଦେହ ସହ ପିସ୍ତଲ ଏବଂ କିଛି ଗ୍ରେନେଡ ମଧ୍ୟ ଉଦ୍ଧାର କରିଥିଲେ । ବର୍ତ୍ତମାନ ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀଙ୍କ ଉପସ୍ଥିତି ଆଶଙ୍କା ଥିବାରୁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନକୁ ଜାରି ରଖିଛି ।

Jammu Kashmir J&K; Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ