Advertisment

ପିକ୍‌ଅପ୍‌ ଟ୍ରକ୍‌ରେ ପିଟିହେଲା XUV କାର୍‌; ୭ ଇଞ୍ଜିନିୟରିଂ ଛାତ୍ର ମୃତ

ପିକ୍‌ଅପ୍‌ ଟ୍ରକ୍‌କୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏସ୍‌ୟୁଭି ଗାଡ଼ି । ଏଥିରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଅଦ୍ୟତନ ହୋଇଛି
Guwahati Road Accident Today

Truck Car Accident

Advertisment

ଆସାମର ଗୌହାଟିରେ ଏକ ବଡ଼ ଧରଣର ଦୁର୍ଘଟଣା । ଚାଲିଗଲା ୭ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ । ଦ୍ରୁତ ଗତିରେ ଯାଉଥିବା ଏକ ‘ଏସ୍‌ୟୁଭି’ (କାର୍‌) ‘ପିକ୍‌-ଅପ୍‌ ଟ୍ରକ୍‌’କୁ ଧକ୍କା ଦେବାରୁ ୭ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ଆହତ ‌ହୋଇଥିବା ସୂଚନା ମିଳିଛି ।

Advertisment

ଦୁର୍ଘଟଣାଟି ହାଦସା ସହରର ଜଲୁକବାଡ଼ି ଫ୍ଲାଇଓଭର୍‌ ବ୍ରିଜ୍‌ରେ ଘଟିଛି । ପୋଲିସର କହିବା ଅନୁସାରେ, ଜାଲୁକବାରି ଅନ୍ତର୍ଗତ ‘ଡିସିପି ୱେଷ୍ଟ୍‌ ଅଫିସ୍‌’ ନିକଟରେ ରାତି ପ୍ରାୟ ୧ଟା ବେଳେ ଗୋଟାଏ ପିକ୍‌ଅପ୍‌ ଟ୍ରକ୍‌ ଉପରେ ଦ୍ରୁତଗତିରେ ଯାଉଥିବା ‘ମହିନ୍ଦ୍ରା ଏସ୍‌ୟୁଭି’ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଲା। ଏସ୍‌ୟୁଭିରେ ‘ଆସାମ ଇଞ୍ଜିନିୟରିଂ କଲେଜ’ର ୧୦ଜଣ ଛାତ୍ର ଥିଲେ ।

ଅଧିକ ପଢ଼ନ୍ତୁ: ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଦ୍ରୁତଗାମୀ ଏସ୍‌ୟୁଭିଟି ହଠାତ୍‌ ରାସ୍ତାରେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ବାଜି ବିପରୀତ ପଟରୁ ଆସୁଥିବା ଗୋଟାଏ ଟ୍ରକ୍‌ରେ ଧକ୍କା ଖାଇଥିଲା । କାର୍‌ ଡ୍ରାଇଭର୍‌ କୌଶିକ ବରୁଆ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ଡିଭାଇଡର୍‌ରେ ପିଟି ହେବା ପରେ ବହୁବାର ଗଡ଼ି ଗଡ଼ି ଯାଇ ଟ୍ରକ୍‌ ଉପରେ ଧକ୍କା ଖାଇଥିଲା।

Advertisment

ସୂଚନାନୁଯାୟୀ ଇଞ୍ଜିନିୟରିଂ ଛାତ୍ରମାନେ କାର୍‌ ଭଡ଼ା କରି ଗୌହାଟି ବିମାନ ବନ୍ଦର ଆଡୁ ଆସୁଥିଲେ। ଗୌହାଟି ସହରରୁ ଆସୁଥିବା ଉକ୍ତ ଟ୍ରକ୍‌ରେ ୩ଜଣ ଲୋକ ଥିଲେ। କାର୍‌ରେ ଥିବା ଛାତ୍ରଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି । ସେହିପରି ଟ୍ରକ୍‌ରେ ଥିବା ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଆହତମାନଙ୍କୁ ଗୌହାଟି ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିବା କଥା ପୋଲିସ କହିଛି । ଆଜି ସକାଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ଏହି ଦୁର୍ଘଟଣାଜନିତ ଛାତ୍ରମୃତ୍ୟୁ ଯୋଗୁଁ ସେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Advertisment

Road Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ