Advertisment

Plane Crash: କାହିଁକି ବାରମ୍ୱାର ଘଟୁଛି ବିମାନ ଦୁର୍ଘଟଣା, ବଢ଼ାଇଲାଣି ସରକାରଙ୍କ ଚିନ୍ତା

୨୦୧୭ରୁ ୨୦୨୨ ମଧ୍ୟରେ ୨୦ଟି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ବ୍ୟତୀତ ୭ଟି ହେଲିକପ୍ଟର, ୬ଟି ଟ୍ରେନିଂ ବିମାନ ଓ ଗୋଟିଏ ପରିବହନ ବିମାନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ୨୦୧୭ରୁ ୨୦୨୨ ମଧ୍ୟରେ ୩୪ଟି ତଦନ୍ତ ହୋଇଛି ।

Aircraft

Aircraft

Advertisment

ଗତ ୫ ମାସ ଭିତରେ ଏଭଳି ୩ଟି ଘଟଣା ଘଟିଲାଣି । ବାୟୁସେନାର ୩ଟି ଲଢ଼ୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି । ଗତ ମାର୍ଚ୍ଚ ୭ ତାରିଖରେ ଅମ୍ୱାଲା ଠାରେ ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଜାଗୁଆର ବିମାନଟି ଖସି ପଡିଥିଲା । ଏହା ଏକ ନିୟମିତ ଉଡାଣ ଥିଲା । ସେଥିରେ ବୈଷୟିକ ତ୍ରୁଟି ଥିବାର ଜଣାଡିଥିଲା । ହେଲେ ସୌଭାଗ୍ୟକ୍ରମେ ପାଇଲଟ୍ ସେହି ବିମାନରୁ ନିରାପଦରେ ବାହାରି ଆସିଥିଲେ । ଗତ ଏପ୍ରିଲ ୨ ତାରିଖରେ ଗୁଜରାଟର ଜାମନଗର ନିକଟରେ ଏକ ଜାଗୁଆର ବିମାନ ଖସିପଡିଥିଲା । ସେଥିରେ ଦୁଇ ଜଣ ପାଇଲଟ୍ ଥିଲେ । ଜଣକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ବଞ୍ଚିଯାଇଥିଲେ । ଗତ ୭ ମାସ ଭିତରେ ୫ଟି ଏହିଭଳି ଘଟଣା ଘଟିଛି ।

Advertisment

ଭାରତୀୟ ବାୟୁସେନା ପାଖରେ ଏବେ ୬ ସ୍କ୍ୱାଡ୍ରନ ଲଢୁଆ ଜାଗୁଆର୍ ବିମାନ ରହିଛି । ଅର୍ଥାତ ୧୨୦ଟି ଜାଗୁଆର୍ ବିମାନ ରହିଛି ଭାରତ ପାଖରେ । ଭାରତୀୟ ବାୟୁସେନା ପାଇଲଟମାନଙ୍କର ଦକ୍ଷତା ବେଶ୍ ଭଲ । ସାରା ବିଶ୍ୱରେ ଏହି ପାଇଲଟମାନଙ୍କର ସୁନାମ ରହିଛି । ତେବେ ବାରମ୍ୱାର ବିମାନ ଦୁର୍ଘଟଣା ଉଦବେଗ ସୃଷ୍ଟି କରିଛି । ସଂସଦରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୨ ମଧ୍ୟରେ ୨୦ଟି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ବ୍ୟତୀତ ୭ଟି ହେଲିକପ୍ଟର, ୬ଟି ଟ୍ରେନିଂ ବିମାନ ଓ ଗୋଟିଏ ପରିବହନ ବିମାନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ୨୦୧୭ରୁ ୨୦୨୨ ମଧ୍ୟରେ ୩୪ଟି ତଦନ୍ତ ହୋଇଛି । ୨୦୦୦ ରୁ ୨୦୦୫ ମଧ୍ୟରେ ପ୍ରତି ୧୦ ହଜାର ଫ୍ଲାଇଂରେ ୦.୯୩ ପ୍ରତିଶତ ବିମାନ ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ରେ ଏହା ୦.୨୭କୁ ଖସି ଆସିଥିଲା । ୨୦୨୪ରେ ଏହା ଥିଲା ୦.୨୦ ପ୍ରତିଶତ ।

ଆଜି ଜୁଲାଇ ୯ ତାରିଖରେ ରାଜସ୍ଥାନର ଚୁରୁରେ ଘଟିଥିବା ବିମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି । ୨୦୨୪ ନଭେମ୍ୱର ମାସରେ ଆଗ୍ରାରେ ଏକ ମିଗ୍-୨୯ ଳଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଜାଗୁଆର୍ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଉଦବେଗ ସୃଷ୍ଟି କରିଛି ।

Advertisment

ଜାଗୁଆର ବିମାନ ୧୯୭୯ରେ ପ୍ରଥମେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ୧୯୯୯ରେ କାରଗିଲ୍ ଯୁଦ୍ଧ ଓ ୨୦୧୯ରେ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଜାଗୁଆର୍ । ଏହା ୨୦୩୧ ସୁଦ୍ଧା ସେବା ଯୋଗାଇବ ।

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…

Indian Air Force IAF Fighter Aircraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ