Advertisment

ସରକାରୀ ପଇସାରେ ୫୦୦ କୋଟିର ମହଲ; ଲାଗିଛି ୪୦ ଲକ୍ଷର ବାଥଟବ୍, ୧୨ ଲକ୍ଷର କମୋଡ

ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି ।

ଅଦ୍ୟତନ ହୋଇଛି
YS Jagan Mohan Reddy

YS Jagan Mohan Reddy

Advertisment

ଏବେ ରୁଶିକୋଣ୍ଡା ହିଲ୍ ପ୍ୟାଲେସ୍‌କୁ ନେଇ ବେଶ୍‌ ସରଗରମ ରହିଛି ଆନ୍ଧ୍ର ରାଜନୀତି । ରାଜ୍ୟରେ କ୍ଷମତାକୁ ଆସିଥିବା ତେଲୁଗୁ ଦେଶମ୍‌ ପାର୍ଟି ପୂର୍ବତନ ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଟିଡିପି କହିଛି ଯେ ଜଗନ୍ ବିଶାଖାପାଟନମର ରୁଶିକୋଣ୍ଡା ହିଲ୍‌ ଉପରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରିଛନ୍ତି । ଏହି ବିଳାସପୂର୍ଣ୍ଣ ପ୍ୟାଲେସ୍‌ରେ ରହିଛି ୪୦ ଲକ୍ଷର ବାଥଟବ୍, ୧୨ ଲକ୍ଷର କମୋଡ । ଯାହା ଏବେ ବିବାଦରେ ଛନ୍ଦି ହୋଇଯାଇଛି । ସେପଟେ ଏହି ପ୍ରାସାଦକୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବା ସହ ଏହାର ଅନ୍ୟାନ ସଦୁପଯୋଗ କରାଯାଇ ପାରିବ ବୋଲି YSRCP ପକ୍ଷରୁ କୁହାଯାଇଛି ।

Advertisment

ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି । ଟିଡିପିର ଅଭିଯୋଗ ମୁତାବକ ଜଗନ୍ ରୁଶିକୋଣ୍ଡା ହିଲ୍‌ ଉପରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରାଇଛନ୍ତି । ଯାହାକୁ ବଡ଼ ବ୍ୟାରିକେଡ୍ ଲଗାଇ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ଯାହା ଆନ୍ଧ୍ରରେ ସରକାର ବଦଳିବା ପରେ ଲୋକଲେଚନକୁ ଆସିଛି ।

ଆନ୍ଧ୍ରପ୍ରଦେଶର ଆର୍ଥିକ ଅବସ୍ଥା ଭଲ ନାହିଁ । ରାଜ୍ୟ ୧୨ ଲକ୍ଷ କୋଟି ଟଙ୍କାର ଋଣରେ ବୁଡି ରହିଛି । ଏହି ସମୟରେ ସରକାରୀ ଅର୍ଥରେ ଏପରି ବ୍ୟୟବହୁଳ ଘର ବନାଇବା ନେଇ ଜଗନଙ୍କୁ ଘେରିଛି ଟିଡିପି । ଟିଡିପି ମୁଖପାତ୍ର ପଟ୍ଟାଭୀ ରାମ କୋମାରେଡି କହିଛନ୍ତି, ରୁଶିକୋଣ୍ଡା ପ୍ୟାଲେସରେ ଜଗନ୍ ମୋହନ ରେଡ୍ଡୀଙ୍କୁ ବିଳାସପୂର୍ଣ୍ଣ ସୁବିଧା ଦିଆଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ। ୫୦୦ କୋଟିର ଏହି ବିଳାସପୂର୍ଣ୍ଣ ଘରେ ୪୦ ଲକ୍ଷର ବାଥଟବ୍ ସହିତ ୧୨ ଲକ୍ଷର କମୋଡ ଓ ୩୩ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଲାଗିଛି । ସେହିପରି ଏଥିରେ ଏକ ହାଇଏଣ୍ଡ ମସାଜ୍ ଟେବୁଲ୍ ସହିତ ସୁସଜ୍ଜିତ ସ୍ପା ରୁମ୍ ମଧ୍ୟ ଅଛି। ଏହି ନିର୍ମାଣ ପାଇଁ ଜଗନ୍ ମୋହନ ରେଡ୍ଡୀଙ୍କ ସମ୍ପର୍କୀୟ ଦେବୀ ରେଡ୍ଡୀ ଶ୍ରୀନାଥ ରେଡ୍ଡୀଙ୍କୁ ଠିକା ଦିଆଯାଇଥିଲା ।

Advertisment

ତେବେ ଟିଡିପିର ଅଭିଯୋଗକୁ ଖଣ୍ଡନ କରିଛି ଜଗନଙ୍କ ଦଳ YSRCP । ପାର୍ଟି ମୁଖପାତ୍ର କାନୁମୁରୀ ରବି ଚନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ଏହି ମହଲ ଜଗନ୍ ମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ବରଂ ଏହା ସରକାରୀ ସମ୍ପତ୍ତି । ଏହି ପ୍ରାସାଦକୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବା ସହ ଏହାର ଅନ୍ୟାନ ସଦୁପଯୋଗ କରାଯାଇ ପାରିବ। ତେବେ କ’ଣ ସତ କ’ଣ ମିଛ ତାହା କେବଳ ସମୟ ହିଁ କହିବ।

Andhra Pradesh YS Jagan Reddy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ