Advertisment

ଭାରତ ପାଇଁ ଗର୍ବ ଓ ଗୌରବର ଦିନ: ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

ଅଦ୍ୟତନ ହୋଇଛି
Chandrayaan 3 Launch Live

ISRO to launch their historic third lunar mission Chandrayaan 3 today

Advertisment

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ରୟାନ-୩(Chandrayaan-3) ଉତ୍‌କ୍ଷେପଣ ହେବ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍।

Advertisment

ଅଧିକ ପଢ଼ନ୍ତୁ: ଜହ୍ନ ରାଇଜକୁ ଯିବ ଚନ୍ଦ୍ରୟାନ-୩, ଚଳଚଞ୍ଚଳ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟର

ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩। ଏଥିରେ ରହିବ ମୋଟ୍‌ ୩ ହଜାର ୯ ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

Advertisment

ଚଳିତ ଥର ଯେପରି ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣରେ କୌଣସି ସମସ୍ୟା ନସୃଷ୍ଟି ହୁଏ, ସେଥିଲାଗି ପୂର୍ବାପେକ୍ଷା ବଡ଼ ଆକାରର ଅବତରଣ ସ୍ଥଳକୁ ଟାର୍ଗେଟ୍ କରାଯାଉଥିବା ବେଳେ, ଯାନରେ ଅଧିକ ଇନ୍ଧନ ରଖାଯାଇଛି। ସବୁ ପ୍ରକାର ସମ୍ଭାବ୍ୟ ବୈଷୟିକ ତ୍ରୁଟି ପାଇଁ ଅଟୋମେଟେଡ୍ ବ୍ୟାକ୍‌ଅପ୍ ପ୍ଲାନ୍ ରଖାଯାଇଛି । ଫଳରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ର ଅବତରଣ ଓ ରୋଭର୍‌ର ବିଚରଣ ସମ୍ଭବ ହୋଇପାରିବ ବୋଲି ଇସ୍ରୋ ଆଶା ରଖିଛି।

ଅଧିକ ପଢ଼ନ୍ତୁ: ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ, ଚନ୍ଦ୍ରୟାନ-୩ର ଉତକ୍ଷେପଣ ପୂର୍ବରୁ ମନ୍ଦିରରେ ପ୍ରାର୍ଥନା

Advertisment

ଭାରତର ଏହି ମୁନ୍ ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ୍‌ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ Valve, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ,  ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେମ୍ପ୍‌ରେଚର୍‌ ସେନ୍‌ସର୍‌ ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ସିଟିଟିସିରେ ନିର୍ମାଣ ହୋଇଛି। ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା।

Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ