Advertisment

ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ୍‌, ଖୋଜୁଛି ଅଜଣା ତଥ୍ୟ.. ଦେଖନ୍ତୁ ନୂଆ ଭିଡିଓ

ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।

Rover Pragyan, ISRO, Chandrayaan3

Rover Pragyan, ISRO, Chandrayaan3

Advertisment

ଭାରତର ଚନ୍ଦ୍ର ବିଜୟ ପରେ ଏବେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଖୋଜୁଛି ଅଜଣା ତଥ୍ୟ। ହାତରେ ଆଉ ୧୧ ଦିନ ସମୟ ଥିବାବେଳେ ଆଉ କିଛି ମିଟର ଆଗକୁ ଗଡିଛି ରୋଭର ପ୍ରଜ୍ଞାନ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ଓହ୍ଲାଇଥିବା ସ୍ଥାନ- ଶିବଶକ୍ତି ପଏଣ୍ଟର ଚତୁର୍ଦ୍ଦିଗରେ ଘୁରି ବୁଲୁଛି ରୋଭର ପ୍ରଜ୍ଞାନ। ଏନେଇ ଟ୍ୱିଟ୍ କରି ଇସ୍ରୋ ସୂଚନା ଦେଇଛି।

Advertisment

ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ୮ ମିଟର ବାଟ ଗଡ଼ିଛି । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର। ତାର ପ୍ରତିଟି ଗତିବିଧି ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହେଉଛି। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୫ ଶହ ମିଟର ଗଡିବ। ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।

Advertisment

୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।

ଲମ୍ବିଲା ୨ ଥାକିଆ ଶିଡ଼ି, ଖୋଲିଲା ରୋଭରର ସୋଲାର ପ୍ୟାନେଲ୍ । ଲ୍ୟାଣ୍ଡର ବିକ୍ରମର ପେଟ ଭିତରୁ ବାହାରି ଛୋଟ ଶିଶୁଟିଏ ଭଳି ଧିରେଧିରେ ତଳକୁ ଓହ୍ଲାଇଛି ରୋଭର୍ ପ୍ରଜ୍ଞାନ । ମାପିଚୁପି ପାହୁଣ୍ଡ ବଢ଼ାଉଛି ଜହ୍ନରାଇଜରେ । ଗଡ଼ିବା ମାତ୍ରେ ହିଁ ଧୂଳି ଉପରେ ଛାଡ଼ିଯାଉଛି ଅଲିଭା ଛାପ । ପ୍ରଜ୍ଞାନର ଏହି ପ୍ରଥମ ଚାଲିକୁ ପଛରୁ ନିରେଖି ଦେଖୁଛି ବିକ୍ରମ । ଶୁଣିବାକୁ କାହାଣୀ ଭଳି ଲାଗୁଥିଲେ ବି, ଇଏ ଏକଦମ୍ ସତ ଘଟଣା । ଯାହାକି ୨ ଦିନ ତଳେ ଘଟିଛି ଚନ୍ଦ୍ରପୃଷ୍ଠରେ, ପୃଥିବୀଠୁ ପ୍ରାୟ ୩ ଲକ୍ଷ ୮୪ହଜାର କିଲୋମିଟର ଦୂରରେ । ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ଏହି ଦୃଶ୍ୟ ଦେଖିବାକୁ, ଗତ ବୁଧବାରଠୁ ଚାହିଁ ବସିଥିଲା ସାରା ଦେଶ । ତେବେ ଇଏ ତ ଗତ ୨୩ ତାରିଖର ଭିଡିଓ ।

Advertisment
ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ