Advertisment

ଅଜବ ପ୍ରଶ୍ନ ! ବୋମା ବିଷ୍ଫୋରଣରେ ମୃତ୍ୟୁ, ହତ୍ୟା ନା ଅଘଟଣ ପର୍ଯ୍ୟାୟଭୁକ୍ତ ହେବ ?

ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ ।

ଅଦ୍ୟତନ ହୋଇଛି
Uttarakhand HighCourt

Uttarakhand HighCourt

Advertisment

ଉତ୍ତରାଖଣ୍ଡ ଜୁଡିସିଆଲ ସର୍ଭିସ ପରୀକ୍ଷାରେ ଗୋଟିଏ ପ୍ରଶ୍ନକୁ ନେଇ ଉଠିଛି ଝଡ଼ । ଯାହାକୁ ନେଇ ପରୀକ୍ଷାର୍ଥୀ ହୋଇଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ । ଏହି ବିବାଦୀୟ ପ୍ରଶ୍ନଟି ଏମିତି । 'ଏ' ଏକ ମେଡିକାଲ୍ ଷ୍ଟୋର୍ରେ ଏକ ବୋମା ରଖିଥିଲା ଏବଂ ବୋମା ବିସ୍ଫୋରଣ ହେବା ପୂର୍ବରୁ ଲୋକଙ୍କୁ ବାହାରକୁ ଯିବାକୁ ତିନି ମିନିଟ୍ ସମୟ ଦେଇଥିଲା। ତେବେ ଆର୍ଥ୍ରାଇଟିସରେ ପୀଡିତ ରୋଗୀ ‘ବି’ ସେଠାରୁ ସଠିକ୍ ସମୟ ମଧ୍ୟରେ ବାହାରି ପାରି ନ ଥିଲେ। ଯାହାଫଳରେ ତାଙ୍କ ଜୀବନ ଚାଲିଗଲା । ଏଥିପାଇଁ ’ଏ’ ନାମରେ ଆଇନ୍ ଅନୁଯାୟୀ କି ମାମଲା ପଞ୍ଜିକୃତ ହେବ ?

Advertisment

ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ । ଯାହାର ସମ୍ପୁର୍ଣ୍ଣ ବିବରଣୀରେ ରହିଥିଲା, ଭାରତୀୟ ଦଣ୍ଡବିଧି ସଂହିତା ଧାରା 302 ଅଧୀନରେ ଏହା ଏକ ହତ୍ୟାକାଣ୍ଡ । କିନ୍ତୁ ପରୀକ୍ଷା ପରିଚାଳନା କରୁଥିବା କତ୍ତୃପକ୍ଷଙ୍କ ମତରେ ଏହା ଅନୁଚିତ ଉତ୍ତର। 

ସଠିକ୍ ଉତ୍ତର ଅପସନ୍ 'ଡି' । ଯାହାର ବିବରଣୀ କହୁଛି ଧାରା 304A ଅନୁୟାୟୀ ଏହା ଏକ ଉଦେଶ୍ୟମୂଳକ ନର ସରସଂହାର ବା ହତ୍ୟାକାଣ୍ଡ ନୂହେଁ। ଅସାବଧାନତା ବଶତଃ ଏଭଳି ହୋଇଛି। 

Advertisment

ଉଭୟ ଉତ୍ତରକୁ ତର୍ଜମା କଲେ ଅପସନ A ଉତ୍ତର ହେବା କଥା। କିନ୍ତୁ କତ୍ତୃପକ୍ଷ କୌଣସି ନିର୍ଦ୍ଧିଷ୍ଟ ତର୍କ ରଖି Dକୁ ହିଁ ସଠିକ ଉତ୍ତର ବୋଲି ବିବେଚନା କରିଛନ୍ତି। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ପରିକ୍ଷାର୍ଥି। ଉତ୍ତରପ୍ରଦେଶ ଲୋକସେବା ଆୟୋଗ (UKPSC) ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ଏହାର ଫଳାଫଳ ଚଳିତ ବର୍ଷ ମେ ମାସରେ ଘୋଷଣା କରାଯାଇଥିଲା।

ଏହି ପ୍ରଶ୍ନକୁ ଉପରେ ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି ବିପିନ ସାଙ୍ଗି ଏବଂ ଉତ୍ତରାଖଣ୍ଡ ହାଇକୋର୍ଟର ଜଷ୍ଟିସ ରାକେଶ ଥାପଲିୟାଲଙ୍କ ବେଞ୍ଚ, ୧୩ ସେପ୍ଟେମ୍ବରରେ ଶୁଣାଣି କରିଥିଲେ । ମାମଲାରେ କୋର୍ଟ, ପ୍ରଶ୍ନର ପୁନର୍ବିଚାର କରିବାକୁ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

କୋର୍ଟରେ ୟୁକେପିଏସସି ପକ୍ଷରୁ ଯୁକ୍ତି ରଖାଯାଇଛି ଯେ ଏହି ଘଟଣାରେ ହତ୍ୟା ଉଦେଶ୍ୟ ନ ଥିବାରୁ ଏହାକୁ ଧାରା ୩୦୨ (ହତ୍ୟା ମାମଲା) ସହ ଯୋଡ଼ା ଯାଇପାରିବ ନାହିଁ । କିନ୍ତୁ ଅବହେଳା ହେତୁ ଏହା ଏକ ଅପମୃତ୍ୟୁ ମାମଲା ବୋଲି କୁହାଯାଇପାରେ । ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ ହାଇକୋର୍ଟ କହିଛନ୍ତି, “୨୦୨୧ର ମହମ୍ମଦ ରଫିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏଠାରେ ଦୃଢ଼ତାର ସହ ଉପସ୍ଥାପନ କରଯାଇଛି । ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ବ୍ୟତୀତ ଅନ୍ୟ କୌଣସି ମତ ଦେବାକୁ କୋର୍ଟ ନିବୃତ ରହିଛନ୍ତି ।”

Uttarakhand High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ