Advertisment

ଚର୍ଚ୍ଚାରେ IRS ଅଧିକାରୀ; ଅଫିସିଆଲ୍‌ ରେକର୍ଡରେ ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାକୁ ମିଳିଲା ଅନୁମତି

ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ବର୍ତ୍ତମାନ  ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ୱ ସେବା ଅଧିକାରୀଙ୍କୁ (IRS) ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି ।

ଅଦ୍ୟତନ ହୋଇଛି
IRS Officer Gets Name And Gender Changed In Official Records

IRS Officer

Advertisment

ଐତିହାସିକ ନିଷ୍ପତ୍ତି । ଇତିହାସରେ ପ୍ରଥମ । ଯାହା କେବେ ହୋଇନଥିଲା ଏବେ ହେବ । ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ବର୍ତ୍ତମାନ  ଇତିହାସ ସୃଷ୍ଟି କରିବାକୁ ଯାଉଛି । କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ଵର ଅନ୍ୟ ଦେଶ ପାଇଁ ମଧ୍ୟ ଏହା ଏକ ଉଦାହରଣ ହେବାକୁ ଯାଉଛି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ୱ ସେବା ଅଧିକାରୀଙ୍କୁ (IRS) ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି । ଏମିତି ଘଟଣା ଇତିହାସରେ ପ୍ରଥମ ଥର ଘଟିଛି । 

Advertisment

ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଆଇଆରଏସ ଅଧିକାରୀ ଏମ. ଅନୁସୁୟା ତାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ସେ ନିଜକୁ ମହିଳାରୁ ପୁରୁଷକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଆବେଦନ ଉପରେ ନିଷ୍ପତ୍ତି ନେଇ ଅର୍ଥ ମନ୍ତ୍ରଣାଳୟ ତାଙ୍କୁ ଏହି ଅନୁମତି ଦେଇଛନ୍ତି । ନାଗରିକ ସେବା ଇତିହାସରେ ପ୍ରଥମ ଥର ପାଇଁ ଜଣେ ଅଧିକାରୀଙ୍କୁ ତାଙ୍କ ନାମ ଏବଂ ଲିଙ୍ଗ ପରିବର୍ତ୍ତନ କରିବାର ଅନୁମତି ମିଳିଛି ।

ଆଇଆରଏସ୍‌ର ବରିଷ୍ଠ ଅଧିକାରୀମାନେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ନିଷ୍ପତ୍ତି ମାଧ୍ୟମରେ ସରକାର ପ୍ରଗତିଶୀଳ ଚିନ୍ତାଧାରା ପ୍ରଦର୍ଶନ କରିଛନ୍ତି । ଏହା ଭାରତରେ ଲିଙ୍ଗଗତ ଭେଦଭାବ ଦୂର କରିବାରେ ସହାୟକ ହେବ। ଜୁଲାଇ ୯ ତାରିଖରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ହାଇଦ୍ରାବାଦରେ ଜଏଣ୍ଟ କମିଶନର ଭାବରେ ନିଯୁକ୍ତ ହୋଇଥିବା ଏମ ଅନୁସୁୟାଙ୍କୁ ତାଙ୍କ ନାମ ଏବଂ ଲିଙ୍ଗ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି। ଏମ ଅନୁସୁୟା ୧୯୮୮ ରେ ଜନ୍ମଗ୍ରହଣ କରିଥିଲେ। ସମସ୍ତ ସରକାରୀ ରେକର୍ଡରେ ସେ ବର୍ତ୍ତମାନ ଏମ ଅନୁକାଥୀର ସୂର୍ଯ୍ୟା ନାମରେ ପରିଚିତ ହେବେ।

Advertisment

ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହି ନିର୍ଦ୍ଦେଶରେ ମୁଖ୍ୟ କମିଶନର, କଷ୍ଟମ୍ସ, ଏକ୍ସାଇଜ୍, ସର୍ଭିସ ଟ୍ୟାକ୍ସ ଆପିଲ୍‌ ଟ୍ରିବ୍ୟୁନାଲ ଏବଂ ସିବିଆଇସିକୁ ସୂଚନା ପଠାଇଛନ୍ତି । ଏହି ନିର୍ଦ୍ଦେଶରେ ବରିଷ୍ଠ ଆଇଆରଏସ ଅଧିକାରୀ କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଅନ୍ୟ କ୍ଷେତ୍ରର ନୀତି ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇପାରେ। ଆମେ ଆମର ଅଧିକାରୀ ଏବଂ ମନ୍ତ୍ରଣାଳୟ ପାଇଁ ଗର୍ବିତ। 

IRS Officers Gender Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ