Advertisment

ଟ୍ରେନ୍ ଟିକେଟ୍ ବାତିଲ୍ କଲେ ସହିବାକୁ ପଡ଼ିବନି କ୍ଷତି

ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ।

ଅଦ୍ୟତନ ହୋଇଛି
Passenger Reservation Sysem

Passenger Reservation Sysem

Advertisment

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ସଂରକ୍ଷଣ ଟିକେଟ ଉପରେ ନୂଆ ନିୟମ ଲାଗୁ କରାଯାଇଛି। ନିୟମ ଅନୁସାରେ ସଂରକ୍ଷଣ ଟିକେଟକୁ ବାତିଲ କରି ଯାତ୍ରାର ଆଉ ଏକ ତାରିଖ ନେଇପାରିବେ। ଯାହା ଦ୍ୱାରା ଯାତ୍ରୀଙ୍କ କୌଣସି ଆର୍ଥିକ କ୍ଷତି ସହିବେ ନାହିଁ। ଟିକେଟ ବାତିଲ ଦ୍ୱାରା ଯାତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିୟମ ଲାଗୁ କରାଯାଇଛି।

Advertisment

ଭାରତୀୟ ରେଳବାଇକୁ ଦେଶର ଜୀବନ ରେଖା ବୋଲି କୁହାଯାଇଥାଏ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିବା ପାଇଁ ଟ୍ରେନ ଉପରେ ନିର୍ଭର କରନ୍ତି। ଯାତ୍ରାକୁ ସହଜ କରିବା ନିମନ୍ତେ ଯାତ୍ରୀ ପୂର୍ବରୁ ହିଁ ଟିକେଟ ସଂରକ୍ଷଣ କରିଥାନ୍ତି। କିନ୍ତୁ ବେଳେବେଳେ ଅସୁବିଧା କାରଣରୁ ଟିକେଟ ବାତିଲ କରିବାକୁ ପଡିଥାଏ,ଏଥିପାଇଁ ରେଳବାଇ ବାତିଲ ଚାର୍ଜ ବାବଦକୁ କିଛି ପରିମାଣରେ ଅର୍ଥ ରାଶି କାଟି ଦିଆଯାଏ। ବର୍ତ୍ତମାନ ଟିକେଟ ବାତିଲ ବଦଳରେ ଯାତ୍ରାର ନୂଆ ତାରିଖ ନେଇପାରିବେ।

ଯାତ୍ରୀମାନଙ୍କ ପାଇଁ ଯାତ୍ରାକୁ ସହଜ ଏବଂ ସୁବିଧାଜନକ କରିବା ପାଇଁ IRCTC ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥାଏ | ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ। ଏକାଧିକ ବାର ତାରିଖ ପରିବର୍ତ୍ତନ କରିପାରିବେ ନାହିଁ।

Advertisment

ନିୟମନୁଯାୟୀ ଯାତ୍ରୀଙ୍କୁ ଟ୍ରେନର ଛାଡିବାର ୪୮ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ କାଉଣ୍ଟରରେ ନିଜର ଟିକେଟ୍ ସରେଣ୍ଡର୍‌ କରିବା ସହିତ ତାରିଖ ବଦଳାଇବା ପାଇଁ ଦରଖାସ୍ତ ଦେବାକୁ ହେବ। ଯଦି ଟିକେଟର ଶ୍ରେଣୀ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଟ୍ରେନ୍ ଛାଡିବାର୪୮ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ କାଉଣ୍ଟର ଯାଇ ଟିକେଟ୍ ଶ୍ରେଣୀ ପରିବର୍ତ୍ତନ କରିପାରିବେ,କିନ୍ତୁ ସେହି ଶ୍ରେଣୀ ଅନୁସାରେ ଟିକେଟ ମୂଲ୍ୟ ଦେବାକୁ ପଡିବ।

Advertisment
Indian Railways IRCTC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ