Advertisment

ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।

ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

IRCTC Launches Special Train

Advertisment

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ପର୍ଯ୍ୟଟନ ଏକ ପ୍ରକାର ବନ୍ଦ ହୋଇଯାଇଛି। ଦୀର୍ଘ ଦିନ ହେଲା ଖାଁ ଖାଁ ପଡ଼ି ରହିଛି ପର୍ଯ୍ୟଟନସ୍ଥଳୀ। ତେଣୁ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।

Advertisment

ଆଶ୍ୱିନ ମାସରେ ଲୋକେ ପିତୃପୁରୁଷଙ୍କୁ ତର୍ପଣ ଓ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଏହି ମାସରେ ୧୬ ଦିନ ଧରି ତର୍ପଣ ଓ ଶ୍ରାଦ୍ଧ କରାଯାଇଥାଏ। ଏହି ୧୬ ଦିନ ପାଇଁ ତୀର୍ଥ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଛି।  ଏହି  ସ୍ୱତନ୍ତ୍ର ପ୍ୟାକେଜର ନାମ ରଖାଯାଇଛି ‘ମହାଳୟା ପିଣ୍ଡଦାନ ପ୍ୟାକେଜ’। ଏହି ଟ୍ରେନ ଭଦ୍ରକ, ବାଲେଶ୍ୱର ଦେଇ ବାରଣାସୀ , ପ୍ରୟାଗରାଜ୍ ଓ ଗୟାରେ ରହିବ। ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି  । ୬ ରାତି ଓ ୭ ଦିନର ଏହି ପ୍ୟାକେଜରେ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୬ ହଜାର ୬୨୦ ଟଙ୍କା ଏବଂ ତୃତୀୟ ଶ୍ରେଣୀ AC ଯାତ୍ରୀଙ୍କ ପାଇଁ ୧୧ ହଜାର ୩୦ ଟଙ୍କା ରହିଛି ।

ଯାତ୍ରା ସମୟରେ ସମସ୍ତ ଖାଇବା ଓ ରହିବା ଖର୍ଚ୍ଚ ବହନ କରିବ ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ ବା  IRCTC (Indian Railway Catering and Tourism Corporation )।  ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଓ ଡାକ୍ତର ମଧ୍ୟ ଟ୍ରେନରେ ରହିବେ ।    ଯାତ୍ରୀ କରୋନାରେ ସଂକ୍ରମିତ ହେଲେ ତାଙ୍କୁ ସଂଗରୋଧ କରିବା ପାଇଁ ସ୍ୱତନ୍ତ୍ର ବଗି ରହିବ ।   

Advertisment

ଏହାବ୍ୟତତ କାଶ୍ମୀର ପାଇଁ ୨୪ ହଜାର ୩୯୫ , ଗୁଜରାଟ ପାଇଁ ୨୩ ହଜାର ୮୯୫, ଗୋଆ ପାଇଁ ୨୧ ହଜାର ୧୨୦ ଏବଂ ରାଜସ୍ଥାନ ବୁଲିବା ପାଇଁ ୩୩ ହଜାର ୭୬୦ ଟଙ୍କାର ପ୍ୟାକେଜ ରହିଛି ।  କୋଣାର୍କ ଓ ଗୋପାଳପୁରରେ ହୋଟେଲରେ ରହି ଓ୍ୱାର୍କ ଫ୍ରମ ହୋମ କରିବା ପାଇଁ ମଧ୍ୟ IRCTC ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛି ।  

ଏହି ସ୍ୱତନ୍ତ୍ର ଟ୍ରେନ ପାଇଁ ତୀର୍ଥଯାତ୍ରୀମାନେ ଚାହିଁଲେ IRCTCର ଅଫିସଆଲ ୱେବସାଇଟ୍‌ www.irctctourism.com.କୁ ଯାଇ ବୁକିଂ କରିପାରିବେ। ନଚେତ୍‌ IRCTCର ଟୁରିଷ୍ଟ ଫାସିଲିଟେଶନ ସେଣ୍ଟର କିମ୍ବା ଜୋନାଲ ଅଫିସ ଓ ରିଜିଓନାଲ ଅଫିସକୁ ଯାଇ ମଧ୍ୟ ବୁକିଂ କରିପାରିବେ ବୋଲି IRCTC ପକ୍ଷରୁ କୁହାଯାଇଛି।

Advertisment
IRCTC Pilgrim Special Trains
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ