Advertisment

‘ଭାରତୀୟ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ- INS ବିକ୍ରାନ୍ତ’

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

INS Vikrant a reflection of India's rising spirits says PM Modi

INS Vikrant a reflection of India's rising spirits says PM Modi

Advertisment

ଯୁଦ୍ଧ ବିମାନ ବାହକ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। INS ବିକ୍ରାନ୍ତର ଜଳାବତରଣ ପରେ ଶକ୍ତିଶାଳୀ ହୋଇଛି ନୌସେନା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଏୟାରକ୍ରାଫ୍ଟ କ୍ୟାରିଅର INS ବିକ୍ରାନ୍ତର ଜଳାବତରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ହୋଇଥିଲା।  କେରଳର କୋଚିରେ ପ୍ରଧାନମନ୍ତ୍ରୀ ମୋଦି INS ବିକ୍ରାନ୍ତକୁ ନୌସେନାକୁ ଭେଟି ଦେଇଛନ୍ତି।

Advertisment

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ପ୍ରତୀକ ହେଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଦେଶକୁ ନୂଆ ବିଶ୍ୱାସରେ ଭରି ଦେଇଛି। ଆଜିଠୁ ଭାରତ ଉପରୁ ଗୁଲାମୀର ବୋଝ ଅପସରି ଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତୀୟ ନୌସେନାର ଶକ୍ତି ଲଗାତର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱକୁ ସଶକ୍ତ ଭାରତର ଆବଶ୍ୟକତା ରହିଛି। INS ବିକ୍ରାନ୍ତ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ।

Advertisment

INS ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ଏୟାରକ୍ରାଫ୍ଟ କ୍ୟାରିଅର ପ୍ରସ୍ତୁତକାରୀ ଏଲିଟ୍ ଗ୍ରୁପ୍‌ରେ ଭାରତ ସାମିଲ ହୋଇଛି।

PM Modi Indian Navy INS Vikrant Aircraft Carrier INS Vikrant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ