Advertisment

୪୭ ବର୍ଷରେ ମହିଳାରୁ ପୁରୁଷ ହେଲେ, ଭଉଣୀର ସାଙ୍ଗଙ୍କୁ ବିବାହ କଲେ

ଅସ୍ତିତ୍ୱ ତାଙ୍କ ପ୍ରେମିକା ଆସ୍ଥାଙ୍କୁ ବିବାହ କରିଛନ୍ତି। ଯିଏକି ତାଙ୍କ ଭଉଣୀଙ୍କ ସାଙ୍ଗ। ଏହି ଲିଙ୍ଗ ପରିବର୍ତ୍ତନ ବିଷୟରେ ଆସ୍ଥା ଆରମ୍ଭରୁ ଜାଣିଥିଲେ। ଅଳକାରୁ ଅସ୍ତିତ୍ୱ ହେବାର ସମଗ୍ର ପ୍ରକ୍ରିୟା ବିଷୟରେ ତାଙ୍କୁ କୁହାଯାଇଥିଲା।

woman changes gender

woman changes gender

Advertisment

ପ୍ରଥମେ ମହିଳାରୁ ପୁରୁଷ ହେଲେ। ପରେ ତାଙ୍କ ପ୍ରେମିକାଙ୍କୁ ବିବାହ କଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ। ତେବେ ଏହା ହେଉଛି ଦେଶର ପ୍ରଥମ ଘଟଣା। ଅକ୍ଟୋବର ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଟ୍ରାନ୍ସଜେଣ୍ଡର ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଏହା ପରେ ଗତ ଗୁରୁବାର ଇନ୍ଦୋରରେ ଜଣେ ଯୁବକ ଯିଏ ପ୍ରଥମେ ମହିଳା ଥିଲେ ସେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ ଅଳକାରୁ ଅସ୍ତିତ୍ୱ ହୋଇଥିବା ଯୁବକ ଓ ଆସ୍ଥା ନାମକ ଜଣେ ଯୁବତୀଙ୍କ ମଧ୍ୟରେ ହୋଇଛି।

Advertisment

ତେବେ ଏହି ବିବାହ ସମୟରେ ଉଭୟ ପରିବାରର ୨୫ ଜଣ ଲୋକ ସାମିଲ ହୋଇଥିଲେ। ସୂଚନା ଅନୁସାରେ ଅଳକା ତାଙ୍କ ୪୭ ତମ ଜନ୍ମଦିନରେ ଅସ୍ତ୍ରୋପଚାର କରି ମହିଳାରୁ ପୁରୁଷ ହୋଇଥିଲେ। ଏହା ପରେ ସେ ତାଙ୍କ ନାମ ମଧ୍ୟ ଅଳକାର ଅସ୍ତିତ୍ୱରେ ପରିବର୍ତ୍ତନ କରାଇଥିଲେ।

ଅସ୍ତିତ୍ୱ ତାଙ୍କ ପ୍ରେମିକା ଆସ୍ଥାଙ୍କୁ ବିବାହ କରିଛନ୍ତି। ଯିଏକି ତାଙ୍କ ଭଉଣୀଙ୍କ ସାଙ୍ଗ। ଏହି ଲିଙ୍ଗ ପରିବର୍ତ୍ତନ ବିଷୟରେ ଆସ୍ଥା ଆରମ୍ଭରୁ ଜାଣିଥିଲେ। ଅଳକାରୁ ଅସ୍ତିତ୍ୱ ହେବାର ସମଗ୍ର ପ୍ରକ୍ରିୟା ବିଷୟରେ ତାଙ୍କୁ କୁହାଯାଇଥିଲା। ଆସ୍ଥା କହିଛନ୍ତି ଯେ ବହୁ ବିଚାର ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ବିବାହରେ ଉଭୟ ପରିବାର ପକ୍ଷରୁ ମଧ୍ୟ କୌଣସି ଆପତ୍ତି ନଥିଲା। ଏହା ପରେ ଦୁହେଁ ଅତିରିକ୍ତ ଜିଲ୍ଲାପାଳ ରୋଶନ ରାୟଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ।

Advertisment
India News Madhya Pradesh Indore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ