Advertisment

୫ ଶହ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
Indigo Airlines

Indigo Airlines

Advertisment

ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍। ୫ଶହ ବିମାନ କିଣିବାକୁ ଏୟାରବସକୁ ଅର୍ଡର ଦେଇଛି ଇଣ୍ଡିଗୋ। ଏସବୁ ବିମାନ ଏୟାରବସ୍ ଏ-୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ ଶ୍ରେଣୀର। କିଛି ଦିନ ତଳେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏକ ବଡ ଡିଲ୍ କରିଥିଲା। ଯେଉଁଥିରେ ୪୭୦ଟି ବିମାନ କିଣିବାକୁ ହୋଇଥିଲା ଡିଲ୍। ଏବେ ସେହି ରେକର୍ଡକୁ ଭାଙ୍ଗିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ।

Advertisment

ଆସନ୍ତା ୨୦୩୦ରୁ ୨୦୩୫ ମଧ୍ୟରେ ଏହି ଡିଲ୍ ପୂରଣ ହେବ। ଏଥିସହ ଏୟାରଲାଇନ୍ସ ପାଖରେ ସେତେବେଳକୁ ହଜାରେରୁ ଅଧିକ ବିମାନ ହେବ ବୋଲି କୁହାଯାଇଛି। ୫୦ ବିଲିୟନ ଡଲାରର ଏହି ଡିଲ୍ କୁ ନେଇ ବେଶ୍ ଉତ୍ସାହିତ ଉଭୟ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ୟୁରୋପୀୟ ବିମାନ ନିର୍ମାତା ଏୟାରବସ୍। 

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ପ୍ୟାରିସ ଏୟାରସୋ ଅବସରରେ ଉଭୟ କମ୍ପାନିର ବରିଷ୍ଠ ଅଧିକାରୀମାନେ ଏହି ଡିଲ୍ ସଂପର୍କରେ ଘୋଷଣା କରିଥିଲେ । ଏୟାର ସୋ-୨୦୨୩ ଅବସରରେ ଇଣ୍ଡିଗୋ ଏମଡି ରାହୁଲ ଭାଟିଆ ଏବଂ ଏୟାରବସ୍ ସିଇଓ ଗୁଲୋମି ଫୌରୀଙ୍କ ମଧ୍ୟରେ ଏହି ଡିଲ୍ ହୋଇଛି।

Advertisment

୨୦୦୬ରେ ଇଣ୍ଡିଗୋ ଏୟାରକ୍ରାପ୍ଟ ସହ ଏୟାର ବସ ସମୁଦାୟ ୧୩୩୦ ରହିଛି। ତେବେ ଇଣ୍ଡିଗୋର ଏବେ ପ୍ରାୟ ୩୦୦ ବିମାନ ଚଳାଚଳ କରୁଛି । ଚଳିତ ଦଶନ୍ଧୀ ଶେଷ ସୁଦ୍ଧା ବିମାନ ସଂଖ୍ୟା ୪୮୦ରେ ପହଞ୍ଚିବ । ଏହା ବାଦ ଆଉ ୫୦୦ଟି ବିମାନ ଆସିବା ପରେ ଇଣ୍ଡିଗୋ ଅଧିନକୁ ପ୍ରାୟ ୧୦୦୦ଟି ବିମାନ ଆସିଯିବ ବୋଲି କମ୍ପାନି କହିଛି ।

ଚଳିତ ବର୍ଷ ପ୍ରାରମ୍ଭରେ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ୍ ଏବଂ ବୋଇଂ ସହ ଚୁକ୍ତି ଘୋଷଣା କରିଥିଲା। ସେତେବେଳେ ତାହା ବିମାନ ଶିଳ୍ପରେ ସବୁଠାରୁ ବଡ଼ ଡିଲ୍ ଥିଲା । ଏବେ ୫୦୦ଟି ବିମାନ କିଣି ଇଣ୍ଡିଗୋ ସେହି ରେକର୍ଡକୁ କାଟିଦେଇଛି ।

Advertisment
IndiGo Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ