Advertisment

ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ: ହାଇଦ୍ରାବାଦ ଯାଉଥିଲା, କରାଚିରେ ଲ୍ୟାଣ୍ଡ୍‌ କଲା IndiGo ବିମାନ

ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
IndiGo flight diverted to Pak’s Karachi after reported technical defect in the aircraft

IndiGo flight diverted to Pak’s Karachi after reported technical defect in the aircraft

Advertisment

ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋ(IndiGo)ର ଏକ ବିମାନ କରାଚିରେ ଲ୍ୟାଣ୍ଡିଂ କରିଛି। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍‌ କରାଚି ଅଭିମୁଖେ ବିମାନକୁ ଡାଇଭର୍ଟ କରିଥିଲେ। ଏହାପରେ କରାଚି ଏୟାରପୋର୍ଟରେ ପାଇଲଟ୍‌ ବିମାନକୁ ଲ୍ୟାଣ୍ଡିଂ କରିଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀଙ୍କୁ ଆଣିବା ଲାଗି ଇଣ୍ଡିଗୋର ଆଉ ଏକ ବିମାନ କରାଚିକୁ ପଠାଇଯାଇଛି।

Advertisment

ଏୟାରଲାଇନ୍ସ ପକ୍ଷରୁ ଜାରି ବୟାନ ଅନୁସାରେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶାରଜାହାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋର 6E-1406 ବିମାନକୁ କରାଚିକୁ ଡାଇଭର୍ଟ କରାଯାଇଥିଲା। ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କରାଚି ଏୟାରପୋର୍ଟରେ ବିମାନର ଲ୍ୟାଣ୍ଡିଂ କରାଯାଇଛି। ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଆଉ ଏକ ବିମାନ ପଠାଇ ଯାଇଛି।

ସୂଚନାଥାଉ କି, କିଛିଦିନ ପୂର୍ବେ କରାଚିରେ ସ୍ପାଇସ୍‌ ଜେଟ୍‌(SpiceJet) ବିମାନର ଲ୍ୟାଣ୍ଡିଂ ହୋଇଥିଲା।  ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ ଜେଟ୍‌ର SG-11 ବିମାନକୁ କରାଚୀକୁ ଡାଇଭର୍ଟ କରାଯାଇଥିଲା। ଏହାପରେ ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା।

Advertisment
Indigo IndiGo Flight Flight Emergency Landing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ