• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତୀୟ ମୁଦ୍ରାର ସାଂଘାତିକ ଅବମୂଲ୍ୟାୟନ ଘଟିଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି । ଗତକାଲି ୮୦ ଟଙ୍କା ଛୁଇଁଥିଲା ହେଲେ ଅପରାହ୍ଣରେ ଏଥିରେ ସାମାନ୍ୟ ଉନ୍ନତି ଆସି ୭୯.୯୭ ଟଙ୍କାରେ ରହିଥିଲା । ହେଲେ ଆଜି କାରବାର ଆରମ୍ଭରେ ପୁଣି ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥିଲା । 


କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୫.୩୯ ପ୍ରତିଶତ ହ୍ରାସ ପାଇଛି । ଏନେଇ ସୋମବାର ଦିନ କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ, ଗତ ୮ ବର୍ଷରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୬.୦୮ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୦୧୪ରେ ୟୁପିଏ ସରକାର ଗଲାବେଳେ ଭାରତୀୟ ମୁଦ୍ରାର ମୂଲ୍ୟ ୬୩.୩୩ ଟଙ୍କା ଥିଲା । ହେଲେ ଗତ ଜୁଲାଇ ୧୧ରେ ଏହା ୭୯.୪୧ ଟଙ୍କାକୁ ଖସି ଆସିଥିଲା । 

ଦରବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ । ସଂସଦ ଭବନ ଓ ସଂସଦ ଭବନ ବାହାରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ମିଳିତ ବିରୋଧୀ ଦଳ ପକ୍ଷରୁ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦରବୃଦ୍ଧି ଲୋକଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେଉଛି ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି । 

 

OTV is now on Whatsapp

Join and get latest news update delivered to you via whatsapp

Join Now