Advertisment

Indian Railway:ଆଉ ଟ୍ରେନ୍‌ରେ ନେଇ ହେବନି ମନଇଚ୍ଛା ବ୍ୟାଗ୍‌, ଲିମିଟ୍‌ରୁ ଅଧିକ ନେଲେ ପଡ଼ିବ ଜରିମାନା

କୁଢ଼ କୁଢ଼ ବ୍ୟାଗ୍। ମନ ଇଚ୍ଛା ଜିନିଷ। ଯିଏ ଯେତିକି ପାରିଲା, ସେତିକି ଲଗେଜ ନେଇ ଟ୍ରନ୍‌ରେ ଚଢ଼ୁଥିଲା। ଯାତ୍ରା କରୁଥିଲା। କିଏ ସିଟ୍‌ ତଳେ ରଖୁଥିଲା ତ ଆଉ କିଏ ସିଟ୍‌ ଉପରେ। ଏପରିକି ଜଣେ ଯାତ୍ରୀ ସାଙ୍ଗରେ ବୋହି ନେଇ ଯାଉଥିଲେ ଛଅ ୬ଟା ବ୍ୟାଗ୍‌। ହେଲେ ଏବେ ଏହା ଉପରେ ଲାଗିବ ଲଗାମ। ଜାଣନ୍ତୁ ଜଣେ ଯାତ୍ରୀ କେତେ କେଜି ନେଇପାରିବେ।

train

train

Advertisment

କୁଢ଼ କୁଢ଼ ବ୍ୟାଗ୍। ମନ ଇଚ୍ଛା ଜିନିଷ। ଯିଏ ଯେତିକି ପାରିଲା, ସେତିକି ଲଗେଜ ନେଇ ଟ୍ରନ୍‌ରେ ଚଢ଼ୁଥିଲା। ଯାତ୍ରା କରୁଥିଲା। କିଏ ସିଟ୍‌ ତଳେ ରଖୁଥିଲା ତ ଆଉ କିଏ ସିଟ୍‌ ଉପରେ। ଏପରିକି ଜଣେ ଯାତ୍ରୀ ସାଙ୍ଗରେ ବୋହି ନେଇ ଯାଉଥିଲେ ଛଅ ୬ଟା ବ୍ୟାଗ୍‌। ହେଲେ ଏବେ ଏହା ଉପରେ ଲାଗିବ ଲଗାମ। ଆଉ ଯାତ୍ରୀ ଟ୍ରେନ୍‌ରେ ମନଇଚ୍ଛା ନେଇ ପାରିବେନି ବ୍ୟାଗ୍‌। ଟ୍ରେନକୁ ଚଢ଼ିବା ଆଗରୁ ଯାତ୍ରୀଙ୍କୁ ମାପିବାକୁ ପଡ଼ିବ ସାଙ୍ଗରେ ନେଉଥିବା ବ୍ୟାଗପତ୍ର। କାରଣ ବିମାନ ଭଳି ଟ୍ରେନ୍‌ରେ ବି ଲାଗୁ ହେବାକୁ ଯାଉଛି ବ୍ୟାଗେଜ୍ କଟକଣା।

Advertisment

ଏୟାରପୋର୍ଟ ଭଳି ଷ୍ଟେସନରେ ବି ଏବେ ଓଜନ ହେବ ଯାତ୍ରୀଙ୍କ ବ୍ୟାଗେଜ। ଯେପରି ବିମାନରେ ଅଧିକ ସାମାନ ନେଲେ ଟଙ୍କା ଦେବାକୁ ପଡେ, ସେହିପରି ଟ୍ରେନ୍‌ ବି ଲିମିଟ୍‌ରୁ ଅଧିକ ବ୍ୟାଗ୍‌ ନେଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ରେଲୱେ ଲଗେଜ ପରିବହନ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି। ଏଥିପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଲଗାଯିବ। ଉତ୍ତରପ୍ରଦେଶର ପ୍ରୟାଗରାଜ, କାନପୁର, ମିର୍ଜାପୁର ଓ ଆଲିଗଡ଼ ଆଦି କିଛି ପ୍ରମୁଖ ରେଳ ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ଏହି ବ୍ୟବସ୍ଥା।

ତେବେ ସର୍ବାଧିକ ୯୦ କେଜି ଯାଏ ସାମାନ ନେଇପାରିବେ ଯାତ୍ରୀ। ଯାତ୍ରାର ବିଭିନ୍ନ ଶ୍ରେଣୀ ପାଇଁ ମାଗଣା ଲଗେଜ ନେବା ଅନୁମତି ଅଲଗା ଅଲଗା ରହିଛି। ଫାଷ୍ଟ୍ ଏସି ପାସେଞ୍ଜରଙ୍କୁ ୭୦ କେଜି ଯାଏ ସାମାନ ନେଇପାରିବେ।

Advertisment

ସେହିପରି ସେକେଣ୍ଡ୍ ଏସି ପାଇଁ ୫୦ କେଜି, ଥାର୍ଡ ଏସି ଓ ସ୍ଲିପର୍ କ୍ଲାସ ପାଇଁ ୪୦ କେଜି ଏବଂ ଜେନେରାଲ୍ କ୍ଲାସ୍ ପାସେଞ୍ଜରଙ୍କୁ ୩୫ କେଜି ଓଜନ ଯାଏଁ ବ୍ୟାଗେଜ୍ ନେବାକୁ ଅନୁମତି ରହିଛି। ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ତେବେ ଏହାଠୁ ଓଜନ ଅଧିକ ଥିଲେ ଟ୍ରେନକୁ ଚଢ଼ିବା ପୂର୍ବରୁ ଅଧିକ ଭଡ଼ା ଦେଇ ଲଗେଜ୍ ଅଫିସରେ ବୁକିଂ କରିବାକୁ ପଡ଼ିବ। ନଚେତ୍ ମାତ୍ରାଧିକ ଓଜନ ପାଇଁ ଦେବାକୁ ପଡ଼ିବ ଜରିମାନା ।

ଖାଲି ସେତିକି ନୁହେଁ ଆକାର ଠାରୁ ବଡ଼ ବ୍ୟାଗ୍ ନେଇଥିଲେ ବା ଲଗେଜ୍ ରଖି ଯାତ୍ରୀଙ୍କ ଯାତାୟାତ ପଥ ଅବରୋଧ କରୁଥିଲେ ମଧ୍ୟ ତଣ୍ଡ ଗଣିବାକୁ ପଡ଼ିବ।

Advertisment
Luggage Service Indian Railways Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ