Advertisment

ଜାହାଜ ଉପରେ ମିସାଇଲ ଆକ୍ରମଣ, ୨୧ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ବିଗତ କିଛି ଦିନ ହେବ ଲୋହିତ ସାଗରରେ କମୁନି ହୁତି ବିଦ୍ରୋହୀଙ୍କ ଉତ୍ପାତ। ବାରମ୍ବାର ଚେତାବନୀ ପରେ ବି ମାନୁନାହାନ୍ତି ବିଦ୍ରୋହୀ ଗୋଷ୍ଠୀ।

ଅଦ୍ୟତନ ହୋଇଛି
INS Kolkata

INS Kolkata

Advertisment

୨୧ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା ଯୁଦ୍ଧ ଜାହାଜ INS କୋଲକାତା। ଏହି ୨୧ ଜଣ କ୍ରୁ’ ସଦସ୍ୟଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଡେନ୍‌ ଗଲ୍ଫରେ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ସେମାନଙ୍କ ମାଲବାହୀ ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିଲେ।

Advertisment

ବୁଧବାର ୟେମେନର ପୋର୍ଟ ସିଟି ଆଡେନ୍‌ର ଦକ୍ଷିଣ-ପଶ୍ଚିମରୁ ପ୍ରାୟ ୫୫ ନଟିକାଲ ମାଇଲ (୧୦୧ କିଲୋମିଟର) ଦୂରରେ ଏହି ଘଟଣା ଘଟିଛି। ବାରବାଡୋସ୍ ପତାକା ଲାଗିଥିବା ଏକ ବାଣିଜ୍ୟକ ଜାହାଜକୁ ହୁତି ଗୋଷ୍ଠୀ ଟାର୍ଗେଟ୍ କରିଥିଲେ। ଏହା ଉପରେ ହୁତି ବିଦ୍ରୋହୀମାନେ ମିଜାଇଲ୍‌ ମାଡ଼ କରିଥିଲେ। ଏହି ଜାହାଜ କୁଏତରୁ ଆମେରିକା ଅଶୋଧିତ ତୈଳ ନେଇ ଯାଉଥିଲା। ମିସାଇଲ ଆକ୍ରମଣ ପରେ ଜାହାଜରେ ଫସିରହିଥିବା କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତୀୟ ନୌସେନା ଜାହାଜ INS କୋଲକାତା ପହଞ୍ଚିଥିଲା।

Advertisment

ଏହି ଘଟଣା ସମ୍ପର୍କରେ ଭାରତୀୟ ନୌସେନାର ମୁଖପାତ୍ର ବିବେକ୍‌ ମାଧୱାଲ ଏହି ଅପରେସନକୁ ନେଇ କହିଛନ୍ତି ଯେ, INS କୋଲକାତା ଅପରାହ୍ନ ୪ ଟା ୪୫ ମିନିଟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଇଣ୍ଟିଗ୍ରାଲ୍‌ ହେଲିକପ୍ଟର ଏବଂ ଡଙ୍ଗା ବ୍ୟବହାର କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଥିଲା। ଜଣେ ଭାରତୀୟ ନାଗରିକଙ୍କ ସହ ୨୧ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ତେବେ ଗୁରୁତର ଆହତମାନଙ୍କୁ ଜାହାଜରେ ଏକ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା ଦିଆଯାଇଥିବା କହିଛନ୍ତି ନୌସେନା ମୁଖପାତ୍ର।

ସୂଚନା ଅନୁସାରେ ବିଗତ କିଛି ଦିନ ହେବ ଲୋହିତ ସାଗରରେ କମୁନି ହୁତି ବିଦ୍ରୋହୀଙ୍କ ଉତ୍ପାତ। ବାରମ୍ବାର ଚେତାବନୀ ପରେ ବି ମାନୁନାହାନ୍ତି ବିଦ୍ରୋହୀ ଗୋଷ୍ଠୀ। ଲୋହିତ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ଆକ୍ରମଣ କରୁଛନ୍ତି ହୁତି ବିଦ୍ରୋହୀ। ଗତ ନଭେମ୍ବର ମାସରୁ ୟେମେନର ଏହି ବିଦ୍ରୋହୀ ଗୋଷ୍ଠୀ ଲୋହିତ ସାଗରକୁ କବଜା କରି ରଖିଛନ୍ତି । ତେବେ ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ଦମନ କରିବା ପାଇଁ ଆମେରିକା ଜାନୁଆରୀ ମାସରୁ ଆକ୍ସନ ନେଇଛି । ତଥାପି ଥମୁନି ହୁତି ଆକ୍ରମଣ । ଗତ ୭୨ ଘଣ୍ଟ ମଧ୍ୟରେ ୬ ବାଣିଜ୍ୟକ ଜାହାଜକୁ ଆଟାକ୍ କରିଛନ୍ତି ହୁତି ବିଦ୍ରୋହୀ ।

Advertisment
Houthis Militia Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ