Indian Navy
ବଦଳିବ ଭାରତୀୟ ନୌସେନାର ଚିହ୍ନ ବା ଲୋଗୋ । ଭାରତୀୟ ନୌସେନା ପାଇବାକୁ ଯାଉଛି ଏକ ନୂଆ ଚିହ୍ନ । ଯାହା ନୌସେନାର ପତାକାରେ ସ୍ଥାନ ପାଇବ । ନୌସେନାର ଯୁଦ୍ଧ ଜାହାଜ, ଗ୍ରାଉଣ୍ଡ ଷ୍ଟେସନ୍ ଏବଂ ନାଭାଲ ଏୟାର ବେସ୍ ଉପରେ ପତାକା ଉତ୍ତୋଳନ କରାଯିବ । ୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।
ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚିରେ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ ଭେଟି ଦେବା ଅବସରରେ ଏହାର ଉନ୍ମୋଚନ କରିବେ । ନୂଆ ଲୋଗୋରେ ରହିବନି ବ୍ରିଟିଶ ଔପନିବେଶର ପ୍ରତୀକ । ଏହାକୁ ହଟାଯିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସ୍ଥାନ ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us