Advertisment

ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ଚଳିତ ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ବଜେଟ୍ ଅଧିବେଶନ ବିଷୟରେ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Union Budget

Union Budget

Advertisment

ଆସନ୍ତା ୨୨ରୁ ସଂସଦର ବଜେଟ୍ ଅଧିବେଶନ । ୨୩ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍। ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଫେବ୍ରୁଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ ହୋଇଥିଲା । ଏବେ ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ବଜେଟ୍ ଅଧିବେଶନ ବିଷୟରେ ସୂଚନା ଦେଇଛନ୍ତି ।

Advertisment

କେନ୍ଦ୍ର ବଜେଟ୍ ୨୦୨୪ର ତାରିଖ ଘୋଷଣା ହେବା ସହିତ ବହୁ ଆଶା ଏବଂ କଳ୍ପନାଜଳ୍ପନା ରହିଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ 3.0 ସରକାରଙ୍କ ଅଧୀନରେ ଟିକସଦାତାମାନଙ୍କ ପାଇଁ କିଛି ସୁବିଧା ଘୋଷଣା କରିପାରନ୍ତି ।

Advertisment

ସୂଚନା ଅନୁସାରେ, ଚଳିତ ବର୍ଷ ଦୁଇଥର ବଜେଟ୍ ଉପସ୍ଥାପିତ ହେଉଛି । ୧ ଫେବ୍ରୁଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ୟୁନିୟନ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଏଥର ବଜେଟର ଉପସ୍ଥାପନା ସହିତ ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ଏକ ନିଆରା ରେକର୍ଡ ମଧ୍ୟ ଯୋଡ଼ି ହେବାକୁ ଯାଉଛି। ନିର୍ମଳା ସୀତାରମଣ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ଭାବେ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଏହା ମୋରାଜୀ ଦେଶାଇଙ୍କ ନାଁରେ ଥିଲା । ସେ କ୍ରମାଗତ ୬ ଥର ବଜେଟ୍ ଉପସ୍ଥାପନ କରିଥିଲେ ।

Advertisment

Nirmala Sitharaman Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ