Advertisment

India Airstrike Pakistan: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା । ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା ।

ଅଦ୍ୟତନ ହୋଇଛି
Modi

Modi

Advertisment

ମଧ୍ୟରାତ୍ରିରେ ହଜିଗଲା ପାକିସ୍ତାନର ନିଦ। ରାତିଅଧିଆ ଭାରତ କଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ। ମିସାଇଲ ମାଡ଼ରେ ଛାରଖାର ହେଲା ଆତଙ୍କୀ ଆଡ୍ଡା।

Advertisment

ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼। ପ୍ରଧାନମନ୍ତ୍ରୀ ଆବାସରୁ ପୂରା ଅପରେସନ୍ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଅପରେସନର ସମସ୍ତ ସୂଚନା ନେଉଥିଲେ ପ୍ରଧାନମନ୍ତ୍ରୀ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ ୩ ସେନା ମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଉଥିଲେ NSA ଅଜିତ ଡୋଭାଲ୍।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା । ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା । ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଥିଲା 'ସିନ୍ଦୂର' । ପହଲଗାମ୍‌ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।

ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ । ପହଲଗାମ ବଦଲା ବିରୋଧରେ ଅପରେସନ୍ ସିନ୍ଦୁର । ରାତି ଅଧିଆ ମିସାଇଲ୍ ମାଡ଼ କରି ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି । ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର । ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ୍ ମିଡିଆରେ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ ।

Advertisment

ଅଧିକ ପଢ଼ନ୍ତୁ:: 'ଅପରେସନ ସିନ୍ଦୂର' ସଫଳ: ପାକିସ୍ତାନରେ ପଶି ହମ୍‌ଲା ପରେ ବିଶ୍ୱକୁ ଜଣାଇଲା ଭାରତ

PM Modi Pakistan Airstrike India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ