Advertisment

Pahalgam Counter-Terror Operation: ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର; ଶୁଭିଲାଣି ପହଲଗାମ୍ ପ୍ରତିଶୋଧର ପଦଧ୍ବନି...

ଆତଙ୍କୀ... ଆକ୍କା... ହୁସିଆର୍...ବଦଲାର ଆରମ୍ଭ ମାତ୍ର । ଆଗକୁ ଖେଳ ବହୁତ ବାକି । ଭାରତ ଆଖିରେ ଦାଉ ଦାଉ ଜଳୁଛି 'ପହଲଗାମ' ପ୍ରତିଶୋଧ ନିଆଁ ।

ଅଦ୍ୟତନ ହୋଇଛି
Pahalgam Counter-Terror Operation

Pahalgam Counter-Terror Operation

Advertisment

ଶତ୍ରୁ ସାବଧାନ । ଶୁଭିଲାଣି ପହଲଗାମ୍ ପ୍ରତିଶୋଧର ପଦଧ୍ବନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାରର କେଇ ଘଣ୍ଟା ଭିତରେ ମାଟିରେ ମିଶିଲା ଦୁଇ କାଶ୍ମିରୀ ଆତଙ୍କୀଙ୍କ ଘର। ସେପଟେ କାଶ୍ମୀର ଘାଟିରେ ଘରକୁ ଘର ଗଳିକୁ ଗଳି ସର୍ଚ୍ଚ ଅପରେସନ୍ କରି ଆତଙ୍କୀଙ୍କୁ ଖୋଜୁଛି ସେନା। ଆଜି ଏକ ମିଳିତ ଅପରେସନରେ ଲସ୍କର କମାଣ୍ଡର ଲାଲିର ବି ମୁଣ୍ଡ ଗଡ଼ିଛି। ଗ୍ରାଉଣ୍ଡରେ ସ୍ଥଳସେନା ମୁଖ୍ୟ ଯାଇ ସମରସଜ୍ଜା ପରଖିଥିବା ବେଳେ, ଏପଟେ ଭାରତରୁ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଦେଶରୁ ତଡ଼ିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଶାହ। ଓଡ଼ିଶାରେ ବି ଡଜନେ ପାକିସ୍ତାନୀ ଥିବା ସୂଚନା ମିଳିଛି ।

Advertisment

ଆତଙ୍କୀ... ଆକ୍କା... ହୁସିଆର୍...ବଦଲାର ଆରମ୍ଭ ମାତ୍ର । ଆଗକୁ ଖେଳ ବହୁତ ବାକି । ଭାରତ ଆଖିରେ ଦାଉ ଦାଉ ଜଳୁଛି 'ପହଲଗାମ' ପ୍ରତିଶୋଧ ନିଆଁ । ମହଙ୍ଗା ପଡ଼ିଲା ଭାରତ ମାଟିରେ ରହି ଭାରତ ମାତାର ପଣତକାନିକୁ ରକ୍ତରଞ୍ଜିତ କରିବା ଷଡ଼ଯନ୍ତ୍ର। ଗତରାତିରେ ଭୟଙ୍କର ବିସ୍ଫୋରଣ ପରେ ମାଟିରେ ମିଶିଯାଇଛି ଦୁଇ ଲସ୍କର-ଏ-ତଏବା ଆତଙ୍କୀ ତଥା ପହଲଗାମ୍ ହମଲାରେ ସାମିଲ ଆଦିଲ ହୁସେନ୍ ଥୋକର୍ ଓ ଆସିଫ ଶେଖ୍ ର ଘର। ଅନନ୍ତନାଗ ଓ ଅବନ୍ତିପୋରାରେ ଏହି ଦୁଇ କାଶ୍ମୀରୀ ଆତଙ୍କୀଙ୍କ ଘର ଭିତରେ ସୁରକ୍ଷାବାହିନୀଙ୍କ ସର୍ଚ୍ଚ ଅପରେସନ ବେଳେ, ସେଠାରେ ଥିବା ବିପୁଳ ଆଇଡି ବିସ୍ଫୋରଣ ହୋଇଥିଲା। ଆଦିଲ ଥୋକର୍ ହେଉଛି ପହଲଗାମ କାଣ୍ଡରେ ସାମିଲ ସେହି ଆତଙ୍କୀ, ଯାହା ସହ ଆଉ ୨ ପାକିସ୍ତାନୀ ଆତଙ୍କୀଙ୍କ ସ୍କେଚ୍ ଜାରି ସହ ସେମାନଙ୍କ ମୁଣ୍ଡ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି। ଆଦିଲ ୨୦୧୮ରେ ଅଟାରୀ-ୱାଘା ବର୍ଡର ଦେଇ ପାକିସ୍ତାନ ଯାଇଥିଲା ଏବଂ  ସେଠାରେ ଲସ୍କର୍ ଟ୍ରେନିଂ ନେଇ ଗତବର୍ଷ କାଶ୍ମୀର ଫେରିଥିଲା। ପହଲଗାମ ଆଟାକରେ ସେ ପାକିସ୍ତାନୀ ଆତଙ୍କୀଙ୍କ ଗାଇଡ୍ ଓ ଲଜିଷ୍ଟିକ୍ କୋଅର୍ଡିନେଟର ଥିଲା । ସେହିପରି ଆସିଫ ଶେଖ୍ ମଧ୍ୟ ବୈସାରନ ଭ୍ୟାଲିରେ ବର୍ବରତାରେ ସାମିଲ ଥିବା ଠୋସ ପ୍ରମାଣ ପାଇବା ପରେ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ଖାଲି ଆଦିଲ ଓ ଆସିଫ୍ କାହିଁକି, ଘାଟିରେ ଛପିଥିବା ଗୋଟି ଗୋଟି ଆତଙ୍କୀଙ୍କୁ ଚପ୍ପା ଚପ୍ପା ଖୋଜୁଛି ସେନା। ବଣଜଙ୍ଗଲ ଘାଣ୍ଟୁଛି, ଗଳିକନ୍ଦି ତଲାସୁଛି, ଘରକୁ ଘର ଅଣ୍ଡାଳୁଛି। ଏହି ସର୍ଚ୍ଚ ଅପରେସନ୍ ବେଳେ ଗୁଳିବିନିମୟ ହୋଇ ନର୍କକୁ ଯାଇଛି- ଲସ୍କର କମାଣ୍ଡର୍ ଅଲତାଫ୍ ଲାଲ୍ଲି। ବନ୍ଦିପୋରାରେ ଆଜି ସକାଳୁ ତାର କାମ୍ ତମାମ୍ କରିଛନ୍ତି ସେନା ଓ ପୋଲିସର ମିଳିତ ଟିମ୍। ଅନ୍ୟପକ୍ଷରେ ଏଲଓସିରେ ବି ପାକିସ୍ତାନ ସେନାର ପ୍ରତିଟି ଗୁଳିଗୋଳାର କଡ଼ା ଜବାବ ଦେଉଛନ୍ତି ଭାରତର ବୀର ଯବାନ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ପାକିସ୍ତାନୀଙ୍କୁ ଭାରତରୁ ତୁରନ୍ତ ତଡ଼। ଗୋଟିଏ ପଟେ ସେନା ଆତଙ୍କୀଙ୍କୁ ଘର ଘର ବୁଲି ଖୋଜୁଥିବା ବେଳେ, ଅନ୍ୟପଟେ ଭାରତ ଭିତରୁ ପାକିସ୍ତାନୀଙ୍କୁ ବି ଖୋଜି ଖୋଜି ତଡ଼ିବା ଆରମ୍ଭ ହୋଇଛି। ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନ ନାଗରିକଙ୍କ ସଂପର୍କରେ କେନ୍ଦ୍ରକୁ ତଥ୍ୟ ଦେବା ପାଇଁ, କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏପ୍ରିଲ ୨୭ ସେମାନଙ୍କ ଭିସା ରଦ୍ଦ ଶେଷ ତାରିଖ ହୋଇଥିବା ବେଳେ, ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ପାକିସ୍ତାନକୁ ପଠାଇ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏପଟେ ଓଡ଼ିଶାରେ ୧୨ ଜଣ ପାକିସ୍ତାନ ନାଗରିକ ଥିବା ଜଣାପଡ଼ିଛି। ସମସ୍ତେ ଦୀର୍ଘକାଳୀନ ଭିସାରେ ଆମ ରାଜ୍ୟରେ ଥିବା ବେଳେ, ସେମାନଙ୍କ ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Advertisment

ସେପଟେ ଆଜି କାଶ୍ମୀର ଗସ୍ତରେ ଯାଇ ପହଲଗାମ, ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। କେବଳ ସ୍ଥଳ ନୁହେଁ, ସମୁଦ୍ର ଓ ଆକାଶରେ ନୌସେନା ଓ ବାୟୁସେନା ମଧ୍ୟ କସରତ ଆରମ୍ଭ କରିଥିବା କୁହାଯାଉଛି। ଏପଟେ ସିନ୍ଧୁ ଜଳ ଚୁକ୍ତି ବାତିଲ ଘୋଷଣା ପରେ ଏସଂପର୍କିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଶାହ।

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ