Advertisment

ରାହୁଲକୁ ଉଦ୍ଧାର ପାଇଁ ସାମିଲ ହେଲା ସ୍ଥଳ ସେନା

ସବୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ସେନା ପ୍ରସ୍ତୁତ

ଅଦ୍ୟତନ ହୋଇଛି
Chhattisgarh Borewell Incident

Chhattisgarh Borewell Incident

Advertisment

ରାହୁଲ ପାଇଁ ଆସିଲା ସେନା। ରାହୁଲକୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ୍‌ରେ ସାମିଲ ହେଲା ସେନା। NDRFକୁ ସେନା ସହଯୋଗ କରିବ। ସେନା ଓ NDRFର ମିଳିତ ଉଦ୍ୟମରେ ରେସ୍କ୍ୟୁ ଅପରେସନ୍ ତ୍ୱରାନ୍ୱିତ ହୋଇଛି। ତେବେ ଯେକୌଣସି ମୁହୂର୍ତ୍ତରେ ଅପରେସନ୍  ସରିବ। ଏବେ ରାହୁଲର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଇସାରା କରି ଖାଇବା ମାଗୁଛି ରାହୁଲ। ଆଖି ଖୋଲି ବାହାରକୁ ଦେଖୁଛି ରାହୁଲ।

Advertisment

ରାହୁଲକୁ ଉଦ୍ଧାର କରିବା ପାଇଁ ଆମେ ସବୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ। ସେ ଛୋଟ ପିଲା। ତାକୁ ଯେପରି କ୍ଷତି ନହୁଏ, ସେପରି ପଦ୍ଧତି ଅପେରେସନ୍ ହେଉଛି। ସେନା ଟିମ୍‌କୁ NDRF ସାହାଯ୍ୟ କରୁଥିବା ଜଣେ ସେନାଧିକାରୀ ସୂଚନା ଦେଉଛନ୍ତି। 

ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲାଙ୍କ କହିବାନୁସାରେ ଗ୍ରାନାଇଟ୍ ଭଳି ପଥର ଥିବାରୁ ଅପରେସନ୍‌ରେ ବାଧା ହେଉଛି। ବିଶାଳ ପଥର ହୋଇଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେନା ଓ NDRF ମିଳିତ ଭାବେ ରେସ୍କ୍ୟୁ କରୁଛନ୍ତି। ତେବେ ଯେକୌଣସି ମୁହୂର୍ତ୍ତରେ ଅପରେସନ୍  ସରିବ। 

Advertisment
Pray For Rahul Rahul Sahu Chhattishgarh Operation Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ