Advertisment

Indian Army Action in Valley: ଆତଙ୍କୀ ନିପାତ କରିବାକୁ ଗ୍ରାଉଣ୍ଡରେ ସେନା; ବାଛି ବାଛି ମାରିବ...

ବଡ଼ ଖବର। ଜମ୍ମୁ କାଶ୍ମୀର କଠୁଆରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ । ୪ ସନ୍ଦିଗ୍ଧଙ୍କ ବାବଦରେ ମହିଳାଙ୍କ ତଥ୍ୟ ପରେ ସର୍ଚ୍ଚ ଅପରେସନ । SOG ଓ ସ୍ଥାନୀୟ ପୋଲିସର ତଲାସି ଅଭିଯାନ ଜାରି ।

Indian Army Action in Valley

Indian Army Action in Valley

Advertisment

ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କୁ ଆଉ ତ୍ରାହି ନାହିଁ । ଖୋଜି ଖୋଜି ଭ୍ୟାଲିରେ ଲୁଚିଥିବା ଆତଙ୍କବାଦୀଙ୍କୁ ବାଛି ବାଛି ମାରିବ ଭାରତୀୟ ସେନା । ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା ।  ଘାତକ ଆତଙ୍କୀ ନିପାତ ଅଭିଯାନକୁ ସଫଳ କରିବାକୁ ଗ୍ରାଉଣ୍ଡରେ ପହଞ୍ଚି ଗଲେଣି ଭାରତୀୟ ସେନାର ଯବାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାକୁ ଯାଉଛି । 

Advertisment

ଜାମ୍ମୁ ଓ କାଶ୍ମୀରର ଗଳିକୁ ଗଳି ଘରକୁ ଘର ବୁଲି ତଲାସି ଅଭିଯାନକୁ ଜୋରଦାର କରିଛନ୍ତି ଯବାନ। ପୁଲୱାମା, କଠୁଆ, ଅନନ୍ତନାଗ ଭଳି ଭ୍ୟାଲିର ଅନ୍ୟ ପ୍ରମୁଖ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବଡ଼ କଥା ହେଉଛି କଠୁଆରେ ୪ ସନ୍ଦିଗ୍ଧଙ୍କ ବାବଦରେ ଜଣେ ମହିଳାଙ୍କ ତଥ୍ୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେନା ସହ SOG ଓ ସ୍ଥାନୀୟ ପୋଲିସ ତଲାସି ଅଭିଯାନ ଜାରି ରଖିଛନ୍ତି । 

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ଏପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡକୁ ଆସିଥିବା ମୋଦି ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଶାହ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ। ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଅନ୍ୟପଟେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି ଜୋରଦାର୍ ଅପରେସନ । ଘନ ଘନ ହାଇଲେବୁଲ ବୈଠକ, ତା'ସାଙ୍ଗକୁ ଭାରତର ସମରସଜ୍ଜା । ଏହି କ୍ରମରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର ବୋଲି ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଥିଲା ।

ଏହି ଭିସା ବାତିଲ ପରେ ଭାରତ ଛାଡୁଛନ୍ତି ପାକିସ୍ତାନୀ । ଭାରତ ଦେଇଥିବା ୪୮ ଘଣ୍ଟାର ମହଲତ ଆଜି ପୂରୁଥିବାରୁ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକପୋଷ୍ଟ ନିକଟରେ ଲାଗିଛି ଭିଡ଼ । ଅନେକ ପାକିସ୍ତାନୀ ନାଗରିକ ଭାରତ ଛାଡ଼ି ସ୍ବଦେଶ ଫେରୁଛନ୍ତି । ଭାରତ ଛାଡ଼ି ଯାଉଥିବାରୁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ପହଲଗାମ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ପଚାରିବାରୁ କେହି ପାକିସ୍ତାନୀ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ଆଉ କେହି କୌଣସି ଉତ୍ତର ଦେଉନାହାନ୍ତି ।     

Advertisment

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

Indian Army Anti Terroism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ