ଶତ୍ରୁଙ୍କ ମୁହଁ ଭାଙ୍ଗିବ ସାଇଲେଣ୍ଟ କିଲର ନାଗାସ୍ତ୍ର-୧

ଆକାଶରେ ପ୍ରାୟ ୧ ଘଣ୍ଟା ବିଚରଣ କରିବା ସହ ଜଣେ ବ୍ୟକ୍ତି ଏହାକୁ ୧୫ରୁ ୩୦ କିଲୋମିଟର ଉପରେ ନଜର ରଖିପାରିବ। ଅତ୍ୟଧିକ ତାପମାତ୍ରା ବ୍ୟତୀତ ଉଚ୍ଚ ଶୃଙ୍ଗରେ ବି ଏହି ଡ୍ରୋନକୁ ପରିଚାଳନା କରାଯାଇପାରିବ ।

Nagastra

ଶତ୍ରୁକୁ ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନାରେ ସାମିଲ ହେଲା ସାଇଲେଣ୍ଟ କିଲର ନାଗାସ୍ତ୍ର-୧ । ନାଗପୁରର ସୋଲାର ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଆତ୍ମଘାତି ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯିବା ପରେ ଏହାର ସଫଳ ପରୀକ୍ଷଣ ହୋଇଛି। ସ୍ଥଳ ସେନାରେ ସାଇଲେଣ୍ଟ କିଲର ନାଗାସ୍ତ୍ର-୧ ସାମିଲ ହେବା ଦ୍ୱାରା ବାହ୍ୟଶତ୍ରୁ ଦମନ ସହ ଆତଙ୍କୀଙ୍କ ଅନୁପ୍ରବେଶ ଉପରେ ଅଂକୁଶ ଲାଗିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ବିଶେଷ କରି ଭାରତ-ପାକିସ୍ତାନ ଓ ଚୀନ ସୀମାରେ ଏଭଳି ଆତ୍ମଘାତୀ ଡ୍ରୋନକୁ ନିୟୋଜିତ କରାଯିବ । ଯାହାଦ୍ବାରା ଶତ୍ରୁର ପ୍ରତ୍ୟେକ ପଦକ୍ଷେପ ଉପରେ ଭାରତ ନଜର ରଖିପାରିବ । ଏହାବାଦ ଏହି ଡ୍ରୋନ ଆକାଶରେ ରହି ଯେଉଁ ଶତ୍ରୁ ଆମ୍ବୁସ କରିଛି ତାହାକୁ ବି ନଷ୍ଟ କରାଯାଇ ପାରିବ । ଆକାଶରେ ପ୍ରାୟ ୧ ଘଣ୍ଟା ବିଚରଣ କରିବା ସହ ଜଣେ ବ୍ୟକ୍ତି ଏହାକୁ ୧୫ରୁ ୩୦ କିଲୋମିଟର ଉପରେ ନଜର ରଖିପାରିବ। ଅତ୍ୟଧିକ ତାପମାତ୍ରା ବ୍ୟତୀତ ଉଚ୍ଚ ଶୃଙ୍ଗରେ ବି ଏହି ଡ୍ରୋନକୁ ପରିଚାଳନା କରାଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର ଜେଟର ଆବଶ୍ୟକତା ପଡିବ ନାହିଁ। ନାଗାସ୍ତ୍ର-୧କୁ ଧରିପାରିବନି ରାଡାର। ବଙ୍କର, କ୍ୟାମ୍ପକୁ କରିବ ଧ୍ୱଂସ। ତେବେ ସେନାକୁ ମୋଟ ୪୫୦ଟି ଡ୍ରୋନ୍‌‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତ-ଚୀନ ସୀମା ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ୧ରୁ ୪କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା ଏହି ଡ୍ରୋନ୍‌‌।