Advertisment

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

ବିଜୟାଦଶମୀରେ ଦୁଃଖଦ ଖବର। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଅରୁଣାଚଳର ତୱାଙ୍ଗରେ ସେନାର ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
Pilot Killed In Army Cheetah  Crash

ଆଜି ସକାଳୁ ସବୁଦିନ ପରି ଭାରତୀୟ ସେନା ତାର ନିୟମିତ ଉଡାନ ପାଇଁ ଟେକ୍‌ ଅପ୍‌ ନେଇଥିଲା । ଏହି ଚିତା ଚପର୍‌ରେ ୨ ଜଣ ପାଇଲଟ ଥିଲେ। ସକାଳ ପ୍ରାୟ ୧୦ଟାରେ ସେନାର ଚିତା ଚପର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା। ହେଲେ ଲେଫ୍ଟନାଣ୍ଟ କର୍ନଲ ସୌରଭ ଯାଦବଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଏ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ଦୁର୍ଘଟଣା କାହିଁକି ଘଟିଲା ସେ ନେଇ ତଦନ୍ତ ଚାଲିଛି।’

Advertisment

Indian Army Indian Army Cheetah Helicopter Crashed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ