Advertisment

ଯୋଗମୁଦ୍ରାରେ ବୀର ଯବାନ, ସୀମାରୁ ସୁସ୍ଥ ରହିବାର ବାର୍ତ୍ତା ଦେଲେ ଜାଗ୍ରତ ପ୍ରହରୀ

ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି।

ଅଦ୍ୟତନ ହୋଇଛି
International Yoga Day 2024

International Yoga Day

Advertisment

ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ସ୍ବାସ୍ଥ୍ୟ ଏବଂ ସମ୍ପୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର । ଏଥର ଯୋଗ ଦିବସର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶର ବିଭିନ୍ନ ସ୍ଥାନରେ ଏନେଇ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଯୋଗ କରୁଛନ୍ତି । ସୀମାରେ ଥିବା ସୁରକ୍ଷା ବାହିନୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି ।

Advertisment

ଯୋଗମୁଦ୍ରାରେ ଯବାନ। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ। ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ। ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି।

ଅଧିକ ପଢ଼ନ୍ତୁ: International Yoga Day 2024: ଯୋଗ ମନ ପାଇଁ, ଶରୀର ପାଇଁ; ଜାଣନ୍ତୁ ଯୋଗ ପୂର୍ବରୁ ଓ ପରେ କ’ଣ ଖାଇବେ

Advertisment

ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି। ୱାଘା-ଅଟ୍ଟାରୀ ବର୍ଡରରେ ବି ଯୋଗ କରିଛନ୍ତି ଯବାନ।

ଲଦାଖର ପାଙ୍ଗୋଙ୍ଗ ସୁ ହ୍ରହ ନିକଟରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି । ଲଦାଖର ଶତ୍ରୁ ପକ୍ଷରୁ ଜଗିବା ସହ ଯୋଗାଭ୍ୟାସ କରିଛନ୍ତି । ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରୁଥିବା ଦେଖିବାକୁ ମିଳିଛି । ସୀମାରୁ ଯୋଗ ଦ୍ବାରା ଫିଟ୍‌ ରହିବାର ସୂତ୍ର ଦେଶବାସୀଙ୍କୁ ଦେଇଛନ୍ତି ଯବାନ ।

Advertisment

ଅଧିକ ପଢ଼ନ୍ତୁ: କାଶ୍ମୀରରୁ ମୋଦିଙ୍କ ସନ୍ଦେଶ; କହିଲେ ଯୋଗ ପ୍ରତି ଆକର୍ଷିତ ହେଉଛି ବିଶ୍ୱ

ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି ।
ଏହି ଅବସରରେ ପିଏମ ମୋଦି କହିଛନ୍ତି ସାରା ବିଶ୍ବର ଚିନ୍ତା ଧାରାକୁ ବଦଳାଇ ଦେଇଛି ଯୋଗ । ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି ହୋଇଛି । ଯୋଗ ଋଷିକେଶ ଠାରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି ହେଇଛି । ଯୋଗ ଶିକ୍ଷା ପାଇଁ ସାରା ବିଶ୍ବରୁ ପର୍ଯ୍ୟଟକ ଭାରତ ଆସୁଛନ୍ତି । ଏମିତି କି ବ୍ୟକ୍ତିଗତ ଯୋଗ ଶିକ୍ଷକ ବି ନିଯୁକ୍ତି ହେଉଛନ୍ତି । ଏସବୁ ଦେଶର ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି।

ଅଧିକ ପଢ଼ନ୍ତୁ: ଯୋଗ କଲେ ମୁଖ୍ୟମନ୍ତ୍ରୀ; କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ITBP Jawans International Yoga Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ