Advertisment

ଆହୁରି ଶକ୍ତିଶାଳୀ ହେବ ବାୟୁସେନା ! ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ ।

IAF

IAF

Advertisment

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ବାୟୁସେନାରେ ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ସ୍ପେନର ଏହି ଏୟାରକ୍ରାଫଟକୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର ଚୌଧରୀ ଗ୍ରହଣ କରିଛନ୍ତି । ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ । 

Advertisment

୨୦୨୧ ମସିହାରେ ସ୍ପେନ୍ ଓ ଭାରତ ମଧ୍ୟରେ ଚୁକ୍ତି ଅନୁଯାୟୀ, ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଦେଶକୁ ଅଣାଯାଉଛି । ମୋଟ ୫୬ଟି ଏଭଳି ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଥିଲା । ସେହି ଅନୁଯାୟୀ ୧୬ଟି ସ୍ପେନରେ ନିର୍ମାଣ ହୋଇଥିବା ବେଳେ ୪୦ଟି ଗୁଜରାଟ ଭଦୋଦରାରେ ନିର୍ମାଣ କରାଯାଉଛି । ଟାଟା ଏବଂ ଏୟାରବସ୍ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି ।

Advertisment

IAF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ