Advertisment

ୱିଣ୍ଟର ଅଲିମ୍ପିକ୍ସ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ସମାରୋହକୁ ବର୍ଜନ ପାଇଁ ଭାରତର ନିଷ୍ପତ୍ତି

ୱିଣ୍ଟର ଅଲିମ୍ପିକ ଉଦଘାଟନୀକୁ ଯିବନି ଭାରତ । ଚୀନରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ ଉଦଘାଟନୀକୁ ବର୍ଜନ କରିଛି ଭାରତ । ଭାରତ ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
India To Boycott Beijing Winter Olympics

India To Boycott Beijing Winter Olympics

ୱିଣ୍ଟର ଅଲିମ୍ପିକ୍ସ ଉଦଘାଟନୀକୁ ଯିବନି ଭାରତ। ଚୀନରେ ହେବାକୁ ଥିବା ୱିଣ୍ଟର ଅଲିମ୍ପିକ୍ସ ଉଦଘାଟନୀକୁ ଭାରତ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଛି। ଭାରତ ଉଭୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। 

Advertisment

ଅଲିମ୍ପିକ୍ସକୁ ଚୀନ ରାଜନୀତିକରଣ କରିଥିବାରୁ ବର୍ଜନ ପାଇଁ ଭାରତନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଗଲଓ୍ୱାନ ଲଢ଼େଇରେ ସାମିଲ୍ ସୈନିକଙ୍କୁ ଚୀନ ମଶାଲ ଧରାଇଥିଲା। PLAର ରେଜିମେଣ୍ଟ କମାଣ୍ଡର କି ଫାବାଓ ଏହି ଅଲିମ୍ପିକ୍ସ ମଶାଲ ଧରିଥିଲେ। ଏହାସହ ଚୀନ୍ ଫାବାଓଙ୍କୁ ହିରୋ ଦର୍ଶାଇ ମଶାଲ ବାହକରେ ସାମିଲ୍ କରିଥିଲା। 

ଅନ୍ୟପକ୍ଷେ, ଯେତେ ନିନ୍ଦା, ସମାଲୋଚନା, ଲଜ୍ଜିତ ହେବା ପରେ ବି ଚୀନ ସୁଧୁରୁନି। ଭାରତକୁ କୌଣସି ମତେ ଉସୁକାଇବାକୁ ପଛଘୁଞ୍ଚା ଦେଉନି ଡ୍ରାଗନ୍। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନିଜ ଚିରାଚରିତ ଢଙ୍ଗରେ ଭାରତକୁ ଉସୁକାଇଛି ଚୀନ। ଗଲଓ୍ୱାନ ସଂଘର୍ଷରେ ସାମିଲ୍ ସୈନିକ ଓ୍ୱିଣ୍ଟର ଅଲିମ୍ପିକ୍ସର ମଶାଲ ଧରିଥିବା ନଜର ଆସିଛି।

Advertisment

ସୂଚନା ଅନୁସାରେ, ଚୀନର PLA(People's Liberation Army)ର ରେଜିମେଣ୍ଟ କମାଣ୍ଡର କି ଫାବାଓ ହାତରେ ମଶାଲ ଥିବା ଫଟୋକୁ ଚୀନ ସରକାର ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଥିରେ ଉଲ୍ଲେଖ ଥିଲା ଯେ ଗଲଓ୍ୱାନ ସଂଘର୍ଷରେ କି ଫାବାଓ ଗୁରୁତର ଆହତ ହୋଇଥିଲେ। ଏହାପରେ ବହୁ ଦିନ ଧରି ସେ ଗାଏବ ଥଲେ । ହେଲେ ହଠାତ୍ ବିଶ୍ୱର ଏତେବଡ଼ ଇଭେଣ୍ଟରେ ତାଙ୍କୁ ସାମ୍ନାକୁ ଆଣି ମଶାଲ ଧରିବାକୁ ଚୀନ ସୁଯୋଗ ଦେଇଛି । ଫାବାଓଙ୍କୁ ହିରୋ ଭାବେ ଦର୍ଶାଇ ମଶାଲ ବାହକରେ ସାମିଲ୍ କରାଯାଇଛି। ଯାହା ପରେ ଚୀନର କୁପ୍ରୟାସ ପୁଣି ଥରେ ପଦାରେ ପଡ଼ିଛି।

ଗଲ୍‌ୱାନ୍‌ ସଂଘର୍ଷରେ ଚୀନ ସେନାର ଅନେକ ସୈନିକ ମରିଥିଲେ। ଜଣେ କି ଦୁଇ ଜଣ ନୁହେଁ ଚୀନର ୩୮ ଜଣ PLA(People's Liberation Army) ସୈନିକ ମରିଥିଲେ। ଏଭଳି କିଛି ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା କରିଛି ଅଷ୍ଟ୍ରେଲିଆ ଖବରକାଗଜ ସଂସ୍ଥା ‘ଦ କ୍ଲାକ୍ସନ୍’(The Klaxon)। ‘ଗଲ୍‌ୱାନ୍‌ ଡିକୋଡେଡ୍‌’ ନାଁରେ ଛପା ଯାଇଥିବା ଏହି ରିପୋର୍ଟକୁ Independent ସୋସିଆଲ ମିଡିଆ ରିସଚ୍ଚର୍ସ ଟିମ୍‌ ପ୍ରସ୍ତୁତ କରିଛନ୍ତି।

Beijing Olympics Opening Event Galwan Soldier
Advertisment
Advertisment